ETV Bharat / sitara

ବାହୁବଲୀ 3କୁ ନେଇ ପ୍ରଭାସଙ୍କ ଈସାରା, କହିଲେ କିଛି ତ ନିଶ୍ଚୟ ହେବ

ଦି କନକ୍ଲୁଜନ ବାହୁବଲୀର ଦ୍ବିତୀୟ ଭାଗ ରିଲିଜ୍ ହେବାର ଚାରି ବର୍ଷରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଦର୍ଶକ ଏବେ ପ୍ରଶ୍ନ କରୁଛନ୍ତି ଯେ କଣ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା ଭବିଷ୍ୟତରେ ତୃତୀୟ ଭାଗ ନେଇ ଫେରିବେ କି ? ଅଧିକ ପଢନ୍ତୁ

author img

By

Published : Mar 5, 2022, 10:01 AM IST

ବାହୁବଲୀ 3କୁ ନେଇ ପ୍ରଭାସଙ୍କ ଈଶାରା
ବାହୁବଲୀ 3କୁ ନେଇ ପ୍ରଭାସଙ୍କ ଈଶାରା

ହାଇଦ୍ରାବାଦ: ଚଳଚ୍ଚିତ୍ର ନିର୍ମାତା ଏସ୍‌ଏସ୍‌ ରାଜାମୌଲିଙ୍କ ଫ୍ରାଞ୍ଚାଇଜ୍ ବାହୁବଲୀ ସାରା ଦେଶରେ ସୁପରହିଟ ସାବ୍ୟସ୍ତ ହୋଇଥିବାବେଳେ ପ୍ରଭାସ ତାଙ୍କର ଆଗାମୀ ଚଳଚ୍ଚିତ୍ର ରାଧେ ଶ୍ୟାମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। 'ବାହୁବଲୀ: ଦି କନକ୍ଲୁସନ୍'ର ଦ୍ବିତୀୟ ଭାଗ ରିଲିଜ୍ ହେବାର ଚାରି ବର୍ଷରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଦର୍ଶକ ଏବେ ପ୍ରଶ୍ନ କରୁଛନ୍ତି ଯେ କଣ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା ଭବିଷ୍ୟତରେ ତୃତୀୟ ଭାଗ ନେଇ ଫେରିବେ କି ?

ରାଧେ ଶ୍ୟାମର ପ୍ରଚାର ସମୟରେ ପ୍ରଭାସଙ୍କୁ ପଚରାଯାଇଥିଲା କି ସେ ଏବଂ ରାଜାମୌଲି ବାହୁବଲୀ ଫ୍ରାଞ୍ଚାଇଜର ତୃତୀୟ ପାର୍ଟ ବିଷୟରେ ଆଲୋଚନା କରିଛନ୍ତି କି ? ଯେଉଁଥିରେ ଅଭିନେତା କହିଥିଲେ ଯେ, ସେ ରାଜାମୌଲିଙ୍କ ନିକଟତର ଏବଂ ତାଙ୍କ ସହ ସବୁକିଛି ଆଲୋଚନା କରନ୍ତି କିନ୍ତୁ ଚଳଚ୍ଚିତ୍ର ବିଷୟରେ ନିର୍ଦ୍ଦେଶକଙ୍କୁ କେବେ ପଚାରନ୍ତି ନାହିଁ ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ପ୍ରଭାସ କହିଛନ୍ତି ଯେ ‘‘ଆମେ ଫିଲ୍ମ ବିଷୟରେ କଥାବାର୍ତ୍ତା କରୁନାହୁଁ । ଆମେ ବହୁତ ନିକଟତର, ଆମେ ଝଗଡା କରୁ, ଦିନରାତି ଆମେ କଥା ହେଉ କିନ୍ତୁ ଏ ସମ୍ପର୍କରେ ମୁଁ ତାଙ୍କୁ ପଚାରେ ନାହିଁ 'ତୁମେ କେବେ ଫିଲ୍ମ କରୁଛ ? ବାହୁବଲୀ ପୂର୍ବରୁ ମଧ୍ୟ କେବେ ପଚାରିନଥିଲି। ମୁଁ ତାଙ୍କୁ 10 ବର୍ଷ ଧରି ଜାଣିଛି । ତେଣୁ, ମୁଁ ଫିଲ୍ମ ବିଷୟରେ କାହାକୁ ପଚାରେ ନାହିଁ । ମୁଁ ଜାଣେ ନାହିଁ କାହିଁକି, କିନ୍ତୁ ମୁଁ କରେ ନାହିଁ। "

ଏହା ବି ପଢନ୍ତୁ: Radhe Shyam: ପ୍ରଭାସଙ୍କ ଫିଲ୍ମରେ ଆଇକନିକ୍ ସ୍ବର ଦେବେ ଅମିତାଭ ବଚ୍ଚନ

42 ବର୍ଷୀୟ ଅଭିନେତା କିନ୍ତୁ ବାହୁବଲୀ ପ୍ରଶଂସକଙ୍କୁ ଆଶା ଦେଇଥିଲେ ଯେହେତୁ ଭବିଷ୍ୟତରେ ନିର୍ଦ୍ଦେଶକ ଫ୍ରାଞ୍ଚାଇଜ୍ ବିସ୍ତାର କରିବାକୁ ଚାହୁଁଛନ୍ତି। ପ୍ରଭାସ କହିଛନ୍ତି ଯେ ରାଜାମୌଲି ଏବଂ ବାହୁବଲୀ ନିର୍ମାତା ଶୋବୁ ୟାର୍ଲାଗଡାଙ୍କ ଧାରଣା ରହିଛି ଯେ ସେମାନେ ବାହୁବଲୀକୁ କେବେ ଛାଡିବାକୁ ଚାହାଁନ୍ତି ନାହିଁ। ତେଣୁ ନିଶ୍ଚିତ ଭାବରେ କିଛି ଘଟିବ ବୋଲି ସେ କହିଛନ୍ତି। ପ୍ରଭାସ ଏବେ ରାଧେ ଶ୍ୟାମର ରିଲିଜ ପାଇଁ ବ୍ୟସ୍ତ ରହୁଛନ୍ତି । ଯାହା ଚଳିତ ବର୍ଷ ପରଦାରେ ଆସିବାକୁ ଥିବା ବହୁ ପ୍ରତିକ୍ଷିତ ଅଖିଳ ଭାରତୀୟ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.