ETV Bharat / sitara

‘ସାହୋ’ର ଦ୍ବିତୀୟ ରୋମାଣ୍ଟିକ ଗୀତ ରିଲିଜ

ଅଗଷ୍ଟରେ 30ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ବହୁ ଚର୍ଚ୍ଚିତ ଫିଲ୍ମ ‘ସାହୋ’ । ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ଦ୍ବିତୀୟ ରୋମାଣ୍ଟିକ ଗୀତ ‘ଇନ୍ନି ସୋଣି’ ।

author img

By

Published : Aug 3, 2019, 8:31 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭାସ

ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ପ୍ରଭାସ ଷ୍ଟାରର ବହୁ ପ୍ରତିକ୍ଷିତ ଫିଲ୍ମ ‘ସାହୋ’ର ଦ୍ବିତୀୟ ରୋମାଣ୍ଟିକ ଗୀତ ରିଲିଜ ହୋଇଯାଇଛି । ଫିଲ୍ମର ରୋମାଣ୍ଟିକ ଗୀତ ‘ଇନ୍ନି ସୋଣି’ ରିଲିଜ ହେବା ମାତ୍ରେ ଦର୍ଶକଙ୍କୁ ଏତେ ପସନ୍ଦ ଆସିଛି ଯେ ଏବେ ଗୀତଟିକୁ ୟୁଟ୍ୟୁବରେ ଦେଢ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଲାଣି ।

  • " class="align-text-top noRightClick twitterSection" data="">

ପ୍ରଭାସ ଓ ବି-ଟାଉନର ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ସାହୋ’କୁ ରିଲିଜ ହେବାକୁ ଆଉ କିଛି ଦିନ ବାକି ଅଛି । ଇତିମଧ୍ୟରେ ଏହି ରୋମାଣ୍ଟିକ ଗୀତଟିକୁ ରିଲିଜ କରି ମେକର୍ସ ଫ୍ୟାନ୍ସଙ୍କ ଉତ୍ସାହ ଆହୁରି ବଢାଇଦେଇଛନ୍ତି ।

‘ଇନ୍ନି ସୋଣି’ ଗୀତର ଭିଜୁଆଲରେ ଅନେକ ସୁନ୍ଦର ଇଫେକ୍ଟସର କାମ ଦେଖିବାକୁ ମିଳୁଛି । ଅନ୍ୟପଟେ ଏହି ଗୀତରେ ଶାନଦାର ମ୍ୟୁଜିକ ସହ ଶ୍ରଦ୍ଧା ଓ ପ୍ରଭାସଙ୍କ ରୋମାଣ୍ଚିକ କେମେଷ୍ଟ୍ରି ସ୍କ୍ରିନରେ ଦେଖିବାକୁ ମିଳୁଛି ।

‘ଇନ୍ନି ସୋଣି’ ଗୀତଟିକୁ ପଞ୍ଜାବୀ ସିଙ୍ଗର ଗୁରୁ ରାନ୍ଧୱା କମ୍ପୋଜ କରିବା ସହ ଲେଖିଛନ୍ତି । ସେହିପରି ଗୀତଟିକୁ ତୁଲସୀ କୁମାରଙ୍କ ସହ ମିଶି ଗାଇଛନ୍ତି ଗୁରୁ ।

ପ୍ରକାଶ ଥାଉକି ‘ସାହୋ’ ଫିଲ୍ମରେ ଶ୍ରଦ୍ଧା ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ନିର୍ଦ୍ଦେଶକ ସୁଜିତ । ସାହୋ ଅଗଷ୍ଟ 30ରେ ତେଲୁଗୁ, ହିନ୍ଦୀ, ତାମିଲ ଏବଂ ମଲୟାଲାମ ଭାଷାରେ ରିଲିଜ ହେବ । ପୂର୍ବରୁ ଫିଲ୍ମଟିକୁ ଅଗଷ୍ଟ 15ରେ ରିଲିଜ କରିବାର ଘୋଷଣା କରିଥିଲେ ମେକର୍ସ । କିନ୍ତୁ ପରେ କିଛି ସମସ୍ୟା ପାଇଁ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇ ଦେଇଥିଲେ ଫିଲ୍ମ ନିର୍ମାତା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.