ମୁମ୍ବାଇ: ମୁମ୍ବାଇ ପର୍ଣ୍ଣୋଗ୍ରାଫି ମାମଲାରେ ଆଉ ଜଣେ ନିର୍ଦ୍ଦେଶକ ଗିରଫ । ଗତକାଲି(ଗୁରୁବାର) ମୁମ୍ବାଇ ପୋଲିସ ନିର୍ଦ୍ଦେଶକ ଅଭିଜିତ ବୋମ୍ବଲେଙ୍କୁ ଗିରଫ କରିଛି । ତେବେ ଅଭିଜିତ ମଧ୍ୟ ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି କମ୍ପାନୀରେ କାମ କରୁଥିବା ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଅଶ୍ଳୀଳ ଭିଡିଓ ମାମଲାରେ ବଲିଉଡର ଫେମସ୍ ହିରୋଇନ୍ ଶିଳ୍ପା ସେଟ୍ଟୀ ସ୍ବାମୀ ବ୍ୟବସାୟୀ ତଥା ନିର୍ଦ୍ଦେଶକ ରାଜ କୁନ୍ଦ୍ରା ଗତ ମାସ ଗିରଫ ହେବା ପରେ ଏହି ମାମଲାରେ ଦିନକୁ ଦିନ ନୂଆ ମୁହଁ ଯୋଡି ହେଉଛନ୍ତି । ପୋଲିସ ରାଜ କୁନ୍ଦ୍ରାଙ୍କୁ ବେଆଇନ ଅଶ୍ଳୀଳ ଭିଡିଓ ସୁଟ୍ ମାମଲାରେ ଗିରଫ କରିଛି । ଏହାପରେ କୁନ୍ଦ୍ରାଙ୍କ ନାମରେ ଏକାଧିକ ହିରୋଇନ ତଥା ମଡେଲ୍ ବୋଲ୍ଡ ସିନ୍ ସୁଟିଂ ନାଁରେ ଅଶ୍ଳୀଳ ସିନ୍ ସୁଟ୍ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଅଭିଜିତ ନାମକ ଆଉ ଜଣେ ନିର୍ଦ୍ଦେଶକ ଏହି ମାମଲାରେ ଗିରଫ ହୋଇଛନ୍ତି ।
ଅନ୍ୟପଟେ ମୁମ୍ବାଇ ହାଇକୋର୍ଟ ରାଜ କୁନ୍ଦ୍ରାଙ୍କ ଜାମିନ୍ ଆବେଦନ ଖାରଜ କରିଦେଇଛନ୍ତି । ତେବେ ବଲିଉଡରେ ଅଶ୍ଳୀଳ ଭିଡିଓ ଚେର କେତେଦୂର ଲମ୍ବିଛି ଏବଂ ଏଥିରେ ଆଉ କିଏ କିଏ ଆଗାମୀ ଦିନରେ ଗିରଫ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
@PTI