ETV Bharat / sitara

କ୍ୟାରିଙ୍କ ନୂଆ ରାପ ସଙ୍ଗ ‘ୟଲଗାର’ ରିଲିଜ

author img

By

Published : Jun 6, 2020, 4:06 PM IST

ପୁଣି ନୂଆ ଗୀତ ସହ ସୋସିଆଲ ମିଡିଆରେ ଛାଇଲେ କ୍ୟାରି ମିନତି । ଏଥର ସେ ବିବାଦିତ ଲୋକଙ୍କୁ ଗୀତ ମଧ୍ୟମରେ ଟାର୍ଗେଟ କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ୟାରି ମିନାଟି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ୟାରି ମିନାଟି

ମୁମ୍ବାଇ: ଫେମସ ୟୁଟ୍ୟୁବର କ୍ୟାରି ମିନତି ଉର୍ଫ ଅଜୟ ନାଗର ଏବେ ଚର୍ଚ୍ଚାରେ । ତାଙ୍କର ନୂଆ ରାପ ସଙ୍ଗ ‘ୟଲଗାର’ ରିଲିଜ ହେବା ମାତ୍ରେ ଇଣ୍ଟରନେଟରେ ଚହଳ ସୃଷ୍ଟି କରିଛି । ସେ ଗୀତ ମାଧ୍ୟମରେ ୟୁଟ୍ୟୁବ ଭର୍ସେସ ଟିକଟକ ବିବାଦରେ ଟ୍ରୋଲ କରୁଥିବା ଲୋକଙ୍କୁ କଡା ଜବାବ ଦେଇଛନ୍ତି । ଫ୍ୟାନ୍ସଙ୍କ ମନ କିଣିବାରେ ସଫଳ ହୋଇଛି କ୍ୟାରିଙ୍କ ଏହି ଗୀତ । ଯାହାର ପ୍ରଶଂସା ସବୁ ମହଲରେ ଦେଖିବାକୁ ମିଳୁଛି । ବର୍ତ୍ତମାନ ଟ୍ବିଟରରେ #carryminati ଟ୍ରେଣ୍ଡ କରୁଛି ।

  • " class="align-text-top noRightClick twitterSection" data="">

ଏହି ଭିଡିଓରେ କ୍ୟାରି ରାପ କରୁଥିବା ଦେଖିବାକୁ ମିଳିଛନ୍ତି । ସେ ଗୀତଟିର ନିଜ ସିଗ୍ନେଚର ଡାଇଲଗ ‘ତୋ କୈସେ ହେଁ ଆପ’ କହି ଆରମ୍ଭ କରିଛନ୍ତି । ଯାହା ପରେ ସେ ଗୀତ ଗାଇଛନ୍ତି । ସେହିପରି ଗୀତର ଲିରିକ୍ସ ହେଲା ‘ଏକ କାହାନୀ ହେ ଜୋ ସବକୋ ସୁନାନି ହେ, ଜଲନେ ବାଲୋଂ କି ତୋ ରୁହ ଭି ଜଲାନି ହେ ।’

ଗୀତ ମାଧ୍ୟମରେ ସେ ପୁଣିଥରେ ସେହି ଲୋକଙ୍କୁ ଟାର୍ଗେଟ କରିଛନ୍ତି । ଯେଉଁମାନଙ୍କୁ ନେଇ କିଛି ଦିନ ହେବ ସୋସିଆଲ ମିଡିଆରେ ବିବାଦ ଚାଲିଛି । ପ୍ରକାଶ ଥାଉକି ବର୍ତ୍ତମାନ ତାଙ୍କ ଏହି ଗୀତକୁ 13 ଲକ୍ଷରୁ ଅଧିକଥର ଦେଖାସରିଲାଣି । ଆଉ 2.3 ମିଲିୟନ ଲାଇକ୍ସ ମଧ୍ୟ ମିଳିଛି । ଆପଣ ମଧ୍ୟ ଦେଖନ୍ତୁ ତାଙ୍କ ଏହି ଶାନଦାର ରାପ ସଙ୍ଗ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.