ETV Bharat / sitara

ଚର୍ଚ୍ଚାରେ ‘ମିର୍ଜାପୁର 2’, ମିଳୁଛି ମିଶ୍ରିତ ପ୍ରତିକ୍ରିୟା - ଅଲ୍ଲୀ ଫଜଲଙ୍କ ବେଷ୍ଟ ସିରିଜ ମିର୍ଜାପୁର 2

‘ମିର୍ଜାପୁର’କୁ ନେଇ ଦୀର୍ଘ ସମୟରୁ ଉତ୍ସାହିତ ଥିଲେ ଦର୍ଶକ । ଏବେ ସିରିଜ ଦେଖି ପ୍ରଶଂସା କରିବାରେ ଲାଗିଛନ୍ତି । ଶୁକ୍ରବାର ଏହାର ଷ୍ଟ୍ରିମିଂ କରାଯାଇଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଲ୍ଲୀ ଫଜଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଲ୍ଲୀ ଫଜଲ
author img

By

Published : Oct 23, 2020, 6:17 PM IST

ମୁମ୍ବାଇ: ଅଭିନେତା ପଙ୍କଜ ତ୍ରିପାଠୀ ଓ ଅଲ୍ଲୀ ଫଜଲଙ୍କ ଚର୍ଚ୍ଚୁତ ୱେବ ସିରିଜ ‘ମିର୍ଜାପୁର 2’ ରିଲିଜ ହୋଇଯାଇଛି । ଆଉ ରିଲିଜର କିଛି ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ସମସ୍ତଙ୍କ ମୁହଁରେ ବର୍ତ୍ତମାନ ସିରିଜର ଚର୍ଚ୍ଚା। ଏଯାବତର ସବୁଠୁ ବେଷ୍ଟ ସିରିଜ ‘ମିର୍ଜାପୁର 2’କୁ କୁହାଯାଉଛି । 2018ରେ ଆସିଥିବା ଏହାର ପ୍ରଥମ ସିଜନ ‘ମିର୍ଜାପୁର’ ଫ୍ୟାନ୍ସଙ୍କୁ ଦିୱାନା କରିଥିଲା । ଆଉ ଏହାର ଦ୍ବିତୀୟ ସିଜନ ଦେଖିବାକୁ ବ୍ୟାକୁଳ ଥିଲେ ସମସ୍ତେ । ଏବେ ସମସ୍ତଙ୍କ ଆଶା ପୂରଣ ହୋଇଛି । ଆମାଜନ ପ୍ରାଇମ ଭିଡିଓରେ ଶୁକ୍ରବାର ଷ୍ଟ୍ରିମିଂ ହୋଇଛି ସିରିଜ ।

ସିରିଜରେ କାଳୀନ ଭୈୟା, ଗୁଡୁ ଶର୍ମାଙ୍କ ଦମଦାର ଅଭିନୟରେ ଫିଦା ସମସ୍ତେ । ସୋସିଆଲ ମିଡିଆରେ ସିରିଜକୁ ଶାନଦାର ପ୍ରତିକ୍ରିୟା ମିଳିବାରେ ଲାଗିଛି। ଦର୍ଶକଙ୍କ ମଧ୍ୟରେ ‘ମିର୍ଜାପୁର 2’ର ଏତେ କ୍ରେଜ ଯେ ରିଲିଜ ହେବା ମାତ୍ରେ ପୁରା ସିଜନ ଦେଖି ଶେଷ କରିଦେଇଛନ୍ତି।

ସିରିଜର 10ଟି ଏପିସୋଡ ଦର୍ଶକଙ୍କୁ ବାନ୍ଧିକି ରଖିବାରେ ସଫଳ ହୋଇଛି । ନିକଟରେ ଟ୍ରେଲର ରିଲିଜ କରି ସମସ୍ତଙ୍କୁ ଉତ୍ସାହିତ ବଢାଇ ଦେଇଥିଲେ ମେକର୍ସ । ଆଉ ଏବେ ସିରିଜକୁ ନେଇ ସମସ୍ତେ ଖୁସି ନଜର ଆସୁଛନ୍ତି । ଡ୍ରାମା, ଆକ୍ସନ ଓ ରୋମାନ୍ସରେ ଭରପୁର ‘ମିର୍ଜାପୁର 2’ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.