ETV Bharat / sitara

ପୁଣି ଟ୍ରୋଲର ଶିକାର ହେଲେ ଅଙ୍କିତା - ସୁଶାନ୍ତ ସିଂ ରାଜପୁତଙ୍କ ଫ୍ୟାନ୍ସ ନ୍ୟୁଜ

ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ଅଙ୍କିତା । ଏଥର ସୁଶାନ୍ତଙ୍କ ଫ୍ୟାନ୍ସ ରାଗର ଶିକାର ହୋଇଛନ୍ତି ସେ । କାରଣ ନିଜର ଫଟୋ, ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଖୁସି ନଜର ଆସୁଥିବାରୁ ତାଙ୍କ ଉପରେ ରାଗିଛନ୍ତି ସମସ୍ତେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ:ଆଇଏଏନଏସ
ଫଟୋ ସୌଜନ୍ୟ:ଆଇଏଏନଏସ
author img

By

Published : Nov 28, 2020, 10:12 AM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ତାଙ୍କ ଏକ୍ସଗାର୍ଲଫ୍ରେଣ୍ଡ ତଥା ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ତାଙ୍କ ପାଇଁ ନ୍ୟାୟ ଦାବି କରିଆସୁଥିଲେ । ଏହାସହ ସେ ତାଙ୍କ ପରିବାରକୁ ସବୁବେଳେ ସମର୍ଥନ କରୁଥିବାର ମଧ୍ୟ ଦେଖାଯାଇଥିଲେ । ଯାହାର ପ୍ରଶଂସା କରୁଥିଲେ ଫ୍ୟାନ୍ସ । ହେଲେ ଏବେ ସେ ସୁଶାନ୍ତଙ୍କ ଫ୍ୟାନ୍ସ ଦ୍ବାରା ଟ୍ରୋଲ ହେବାରେ ଲାଗିଛନ୍ତି । ଶନିବାର ଦିନ ଦିବଙ୍ଗତ ଅଭିନେତାଙ୍କ ଅନେକ ପ୍ରଶଂସକ ଅଙ୍କିତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ଆଉ ଅଭିଯୋଗ କରିଛନ୍ତି ଯେ ଅଙ୍କିତା ଜୀବନରେ ଆଗକୁ ବଢିସାରିଲେଣି ଏବଂ ସୁଶାନ୍ତଙ୍କ ନ୍ୟାୟ ପ୍ରତି ଆଉ ଆଗ୍ରହୀ ନୁହଁନ୍ତି ।

କଥାଟି ହେଲା ଯେ ନିକଟରେ ଅଙ୍କିତା ନିଜର ଏକ ହାପି ଭିଡିଓ ପୋଷ୍ଟ କରିଥିଲେ । ଯାହା ସାମ୍ନାକୁ ଆସିବା ପରେ ସୁଶାନ୍ତଙ୍କ ଫ୍ୟାନ୍ସ ରାଗି ଯାଇ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ଜଣେ ଫ୍ୟାନ କମେଣ୍ଟ କରି ଲେଖିଥିଲେ,‘ସୁଶାନ୍ତ ସାର୍‌ଙ୍କୁ ଭୁଲି ଗଲେଣି ଆପଣ ।’

ଦ୍ବିତୀୟ ଫ୍ୟାନ୍ସ ପ୍ରଶ୍ନ କରିଛନ୍ତି, ‘ସୁଶାନ୍ତ ସାର୍‌ଙ୍କ କଥା ଆଉ ମନେ ପଡୁନି ତୁମର ।’ ତୃତୀୟ ଫ୍ୟାନ ଲେଖିଛନ୍ତି, ‘ତୁମେ ସବୁବେଳେ ଫଟୋ, ଭିଡିଓ ଅପଲୋଡ କର, ଆମେ ସବୁବେଳେ ତୁମକୁ ସୁଶାନ୍ତଙ୍କ କଥା ମନେ ପକାଇ ଦେବୁ ।’

ସେପଟେ ଫ୍ୟାନ୍ସଙ୍କ କମେଣ୍ଟରେ ଏଯାବତ ପ୍ରତିକ୍ରିୟା ଦେଇନାହାଁନ୍ତି ଅଙ୍କିତା । ପୂର୍ବରୁ ମଧ୍ୟ ନିଜ କଥିତ ବୟଫ୍ରେଣ୍ଡ ବିକ୍କୀ ଜୈନଙ୍କ ସହ ସେ ଅନେକ ରୋମାଣ୍ଟିକ ଫଟୋ, ଭିଡିଓ ସେୟାର କରି ଚର୍ଚ୍ଚାରେ ରହିସାରିଛନ୍ତି ।

@IANS

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.