ETV Bharat / sitara

ଦିବ୍ୟାଙ୍କ କଡା ଧମକ, ସୋନୁଙ୍କ ମଜାଦାର କ୍ୟାପ୍ସନ - ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର ଧମକପୂର୍ଣ୍ଣ ଭିଡିଓ ଭାଇରାଲ

ପୁଣି ଚର୍ଚ୍ଚାରେ ସୋନୁ ନିଗମ । ଏଥର ସେ ଦିବ୍ୟାଙ୍କ ଭିଡିଓ ସେୟାର କରି ଏମିତି କ୍ୟାପସନ ଲେଖିଛନ୍ତି, ଯାହାକୁ ନେଇ ଆଶ୍ଚର୍ଯ୍ୟ ସମସ୍ତେ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 26, 2020, 12:03 PM IST

ମୁମ୍ବାଇ: ଲୋକପ୍ରିୟ ଗାୟକ ସୋନୁ ନିଗମ ନିକଟରେ ଟି-ସିରିଜ ମାଲିକ ଭୂଷଣ କୁମାରଙ୍କୁ ଧମକ ଦେଇଥିଲେ । ଆଉ ତାଙ୍କ ଉପରେ ସଙ୍ଗୀତ ଇଣ୍ଡଷ୍ଟ୍ରିରେ ମାଫିଆଗିରି ଚଲାଉଥିବାର ଅଭିଯୋଗ ମଧ୍ୟ ଆଣିଥିଲେ । ଯାହାପରଠୁ ଭୂଷଣଙ୍କ ପତ୍ନୀ ତଥା ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର ସୋସିଆଲ ମିଡିଆରେ ସୋନୁଙ୍କ କଡା ଜବାବ ଦେବାରେ ଲାଗିଛନ୍ତି । ଗୁରୁବାର ସେ ଏକ ଭିଡିଓ ସେୟାର କରି ସୋନୁଙ୍କ ଉପରେ ଅନେକ ଅଭିଯୋଗ ଲଗାଇଥିଲେ । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି । ହେଲେ ସୋନୁ ମଧ୍ୟ କେଉଁ ଚୁପ ବସିବା ବ୍ୟକ୍ତି ସେ ମଧ୍ୟ ଦିବ୍ୟାଙ୍କ ସେହି ଭିଡିଓ ସେୟାର କରି ମଜାଦାର କ୍ୟାପସନ ଲେଖି ଚର୍ଚ୍ଚାରେ ।

ଇନଷ୍ଟାଗ୍ରାମରେ ଦିବ୍ୟାଙ୍କ ଭିଡିଓ ସୋନୁ ସେୟାର କରି ଲେଖିଛନ୍ତି, ‘ଦିବ୍ୟା ଖୋସଲାଙ୍କ ପ୍ରସ୍ତୁତି । ମତେ ଲାଗୁଛି ସେ ନିଜ ଟିପ୍ପଣୀକୁ ଖୋଲିବା ଭୁଲି ଯାଇଛନ୍ତି । ଆସନ୍ତୁ ଆମେ ତାଙ୍କୁ ସାହାଯ୍ୟ କରିବା ।’

ସୋନୁଙ୍କ ଏପରି କ୍ୟାପ୍ସନ ପଢି ୟୁଜର୍ସ ସଙ୍ଗେ ସଙ୍ଗେ ଦିବ୍ୟାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ମୁଖ୍ୟତଃ ତାଙ୍କୁ ଟ୍ରୋଲ କରାଯିବାର କାରଣ ହେଲା ଯେ ସେ ଭିଡିଓ ଶେଷରେ ଭଗବତ ଗୀତାକୁ ଉଦ୍ଧୃତ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.