ETV Bharat / sitara

ରାହୁଲଙ୍କ ଉପରେ ରୁବିନାଙ୍କ ଟି-ସର୍ଟ ଚୋରି କରିବା ଅଭିଯୋଗ !

author img

By

Published : Mar 1, 2021, 1:48 PM IST

ଟ୍ରୋଲ ହେଲେ ରାହୁଲ ବୈଦ୍ୟ । ରୁବିନାଙ୍କୁ କପି କରି ହଟହଟା ଗାୟକ । ପିନ୍ଧିଲେ ଅବିକଳ ରୁବିନାଙ୍କ ପରି ଟି-ସର୍ଟ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଟିଭିର ପପୁଲାର ରିୟାଲିଟି ଶୋ ‘ବିଗବସ 14’ର ଫାଷ୍ଟ ରନର୍ସ ଅପ୍ ରାହୁଲ ବୈଦଙ୍କୁ ନେଇ ଚର୍ଚ୍ଚା । ନିକଟରେ ସେ ନିଜ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଦିଶା ପରମାରଙ୍କୁ ବିବାହ କରିବା କଥା କହିଥିଲେ । ହେଲେ ଇତିମଧ୍ୟରେ ସେ ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଛନ୍ତି । କାରଣ ତାଙ୍କ ଉପରେ କିଛି ଯୁଜର୍ସ ଅଭିଯୋଗ ଆଣିଛନ୍ତି ଯେ ସେ ‘ବିଗବସ 14’ ବିଜେତା ରୁବିନା ଦିଲୈକଙ୍କୁ କପି କରୁଛନ୍ତି ବୋଲି । ତେବେ ଆସନ୍ତୁ ଜାଣିବା ପୁରା ମାମଲା...

କଥାଟି ହେଲା ଯେ ‘ବିଗବସ’ ହାଉସରୁ ବାହାରିବା ପରେ ସେ ଦିଶାଙ୍କ ସମୟ ବିତାଇବା ଆରମ୍ଭ କରିଦେଇଛନ୍ତି । ଦୁଇଜଣ ଏହି ସମୟରେ ଛୁଟି କାଟିବାକୁ ଯାଉଛନ୍ତି । ଆଉ ଲଗାତାର ସୋସିଆଲ ମିଡିଆରେ ନିଜର ଫଟୋ, ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ମନୋରଞ୍ଜନ ମଧ୍ୟ କରୁଛନ୍ତି ।

ଭାଇରାଲ ହେଉଥିବା ଗୋଟିଏ ଫଟୋକୁ ଆଧାର କରି ଟ୍ରୋଲର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । କାରଣ ବୁଲିବାକୁ ଯାଉଥିବା ରାହୁଲ ଅବିକଳ ରୁବିନାଙ୍କ ପରି ଏକ ଟି-ସର୍ଟ ପିନ୍ଧିଥିବାର ନଜର ଆସୁଛନ୍ତି । ଯେପରି ବିଗବସ ହାଉସରେ ପିନ୍ଧିଥିଲେ ରୁବିନା । ଆଉ ୟୁଜର୍ସ କମେଣ୍ଟ କରି ତାଙ୍କୁ ପଚାରୁଛନ୍ତି କଣ ରୁବିନାଙ୍କ ଠୁ ଟି-ସର୍ଟ ଚୋରି କରିନେଇଛ । ଏପରି ଅନେକ କମେଣ୍ଟ କରି ତାଙ୍କୁ ଟ୍ରୋଲ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.