ମୁମ୍ବାଇ: ଫେମସ ଗାୟିକା ନେହା କକ୍କର ଯେତିକି ବିନ୍ଦାସ ସେତିକି ଇମୋଶନାଲ ମଧ୍ୟ । ଏହି କଥା ଅବା କାହାକୁ ଅଛପା । ତାଙ୍କ ସାମ୍ନାରେ କେହି ଯଦି ନିଜ ଦୁଃଖଭରା କାହାଣୀ ଶୁଣାଇନ୍ତି, ତାଙ୍କ ଆଖିରେ ସଙ୍ଗେ ସଙ୍ଗେ ଲୁହ ଆସିଯାଏ। ଏବେ ପୁଣିଥରେ ସେ ଚର୍ଚ୍ଚାରେ ଆସିଛନ୍ତି । ଏଥର ସେ ଅଗ୍ନିଶ୍ରମ ବିଭାଗର ଜଣେ କର୍ମଚାରୀଙ୍କୁ 2 ଲକ୍ଷ ଟଙ୍କାର ଉପହାର ଦେଇଛନ୍ତି।
ନେହା ରିୟାଲିଟି ଶୋ ଇଣ୍ଡିଆନ ଆଇଡଲ ସିଜନ 11ର ଜଜ ରୂପେ ନଜର ଆସୁଛନ୍ତି । ଏହି ଶୋରେ ସାଧାରଣତନ୍ତ୍ର ଦିବସ ପାଇଁ ଖାସ୍ ଏପିସୋଡ ସୁଟ କରାଯାଇଥିଲା । ଯେଉଁଥିରେ ଅନେକ ଲାଇଫଗାର୍ଡ, ପୋଲିସକର୍ମୀ, ଅଗ୍ନିଶମ ବିଭାଗ କର୍ମଚାରୀ ମୁଖ୍ୟ ଅତିଥି ରୂପେ ସାମିଲ ହୋଇଥିଲେ । ଶୋ ସୁଟ ସମୟରେ ଅଗ୍ନିଶମ ବିଭାଗର ବିଭାଗୀୟ କର୍ମଚାରୀ ବିପିନ ଗଣତ୍ରାଙ୍କୁ 2 ଲକ୍ଷ ଟଙ୍କା ଦେବାକୁ କହିଥିଲେ।
ପ୍ରକାଶ ଥାଉକି ବିପିନ 40 ବର୍ଷରୁ ଦେଶର ସେବା କରିଆସୁଛନ୍ତି। ସେ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ ମଧ୍ୟ। ଏହି ଅବସରରେ ନେହା କହିଥିଲେ ଯେ ବିପିନ ଯେମିତି ନିଜ ବିଷୟରେ ନଭାବି ସବୁ ଲୋକଙ୍କ ରକ୍ଷା କରୁଛନ୍ତି, ଏହାକୁ ସ୍ବାର୍ଥହୀନ କାମ କୁହାଯାଏ। ତାଙ୍କ ସହ ସେ ସାକ୍ଷାତ କରି ବହୁତ ଖୁସି ଅଛନ୍ତି। ତାଙ୍କର ଏହି ଯୋଗଦାନ ପାଇଁ ସେ ତାଙ୍କୁ 2 ଲକ୍ଷ ଟଙ୍କା ଉପହାର ସୂରପ ଦେବାକୁ ଚାହୁଁଛନ୍ତି।