ETV Bharat / sitara

ନେହାଙ୍କ ମହାନତା, ବରିଷ୍ଠ ଗୀତିକାରଙ୍କୁ ଦେଲେ 5 ଲକ୍ଷର ସାହାଯ୍ୟ

author img

By

Published : Feb 19, 2021, 9:54 AM IST

ବିବାହ ପରଠୁ ଚର୍ଚ୍ଚାରେ ନେହା । ହେଲେ ଏବେ ନିଜ ମହାନ କାର୍ଯ୍ୟ ପାଇଁ ପୁଣି ଚର୍ଚ୍ଚା ପରିସରକୁ ଚାଲି ଆସିଛନ୍ତି ଗାୟିକା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସବୁବେଳେ ନିଜ ଗୀତ ଜରିଆରେ ଦର୍ଶକଙ୍କ ମନ କିଣନ୍ତି ନେହା କକ୍କର । ଆଉ ଦୁଃଖି ଲୋକଙ୍କ ଦୁଃଖ ମଧ୍ୟ ସେ ବୁଝିବାରେ ମାଷ୍ଟର । ଏମିତି ଏକ ଘଟଣା ଘଟିଛି । ଯାହାକୁ ନେଇ ସବୁ ମହଲରେ ତାଙ୍କ ପ୍ରଶଂସା । ଶୁଣିବାକୁ ମିଳୁଛି ଯେ ନେହା ରିୟାଲିଟି ଶୋ ‘ଇଣ୍ଡିଆନ ଆଇଡଲ 12’ର ଆଗାମୀ ଏପିସୋଡରେ ଇଣ୍ଡଷ୍ଟ୍ରୀର ସିନିୟର ଗୀତିକାର ସନ୍ତୋଷ ଆନନ୍ଦଙ୍କୁ 5 ଲକ୍ଷ ଟଙ୍କାର ସାହାଯ୍ୟ ରାଶି ଦେବେ।

କିଛି ଦିନ ପୂର୍ବରୁ ଗୀତିକାର କହିଥିଲେ ଯେ, ସେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି ଏବଂ ବହୁତ ବିବ୍ରତ ଅଛନ୍ତି। ନେହା ଏହି ଶୋର ଜଜ୍, ଯେଉଁଥିରେ ଆନନ୍ଦ ଲୋକପ୍ରିୟ ସଙ୍ଗୀତ ରଚନା ଯୋଡି ଲକ୍ଷ୍ମୀକାନ୍ତ-ପ୍ୟାରେଲାଲଙ୍କ ସହ ଅତିଥି ଭାବରେ ଯୋଗଦେବେ। ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ, ଆନନ୍ଦଙ୍କ ସହ ‘ପ୍ରେମରୋଗ’, ‘ରୋଟି କପଡା ଔର ମାକାନ’ ଏବଂ ‘ସୋର’ ଭଳି ଫିଲ୍ମରେ କାମ କରିଥିଲେ।

ସେହିପରି ଆଉ ସବୁବେଳେ ଭାବୁକ ହୋଇଯାଉଥିବା ନେହା, ସନ୍ତୋଷଙ୍କ ଦୁଃଖ କଥା ଶୁଣି ତାଙ୍କୁ ସଙ୍ଗେ ସଙ୍ଗେ ସାହାଯ୍ୟ କରିବାକୁ ଘୋଷଣା କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.