ETV Bharat / sitara

କୃଷକଙ୍କୁ ପାଣି ଯୋଗାଉଛନ୍ତି ମିକା

author img

By

Published : Jan 9, 2021, 11:10 AM IST

ଏକ ମହାନ କାମ କରି ବର୍ତ୍ତମାନ ଚର୍ଚ୍ଚାରେ ମିକା । ସେ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନର ସମର୍ଥନ କରି କୃଷକ ଭାଇ-ଭଉଣୀଙ୍କୁ ପିଇବା ପାଣିର ବ୍ୟସ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଗାୟକ ମିକା ସିଂ ତାଙ୍କ ୱାଟର ବ୍ରାଣ୍ଡକୁ ଲଞ୍ଚ କରିଛନ୍ତି ଏବଂ ବର୍ତ୍ତମାନ କେନ୍ଦ୍ରର ନୂତନ ଚାଷ ନିୟମକୁ ବିରୋଧ କରୁଥିବା ଚାଷୀଙ୍କୁ ହଜାର ହଜାର ପାଣି ବୋତଲ ପଠାଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା । ଏହାସହ କୃଷକମାନଙ୍କୁ ମଧ୍ୟ ସାହାଯ୍ୟ କରିବାକୁ ସେ ତାଙ୍କ ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି, ‘କୃଷକ କେବଳ ସେମାନଙ୍କର ଅଧିକାର ପାଇଁ ବିରୋଧ କରୁନାହାଁନ୍ତି । ସେମାନେ ଏହା ଦେଶ ପାଇଁ କରୁଛନ୍ତି । ଯଦି କୃଷକଙ୍କର ଯତ୍ନ ନିଆଯାଏ ନାହିଁ, ତେବେ ସମଗ୍ର ଖାଦ୍ୟ ଶୃଙ୍ଖଳା ବିଚଳିତ ହେବ । ବିଶେଷକରି ପଞ୍ଜାବର କୃଷକ ପ୍ରକୃତରେ ସାହସୀ ଚେହେରା । ଆମେ ନିଜ ନିଜ ଉପାୟରେ ଯାହା କିଛି କରିପାରିବା ତାହା କରିବା ଦରକାର । ମୁଁ କୃଷକଙ୍କ ସହିତ ଅଛି ଏବଂ ମୁଁ ଆଶା କରେ ଶୀଘ୍ର ସମାଧାନ ହେବ । ଆମେ ଏକ ସିଦ୍ଧାନ୍ତରେ ନିହାତି ଆସିବା । କୃଷକ ମୃତ୍ୟୁ ଏବଂ ଶୀତରେ ସେଠାରେ ରହିବାର ଦୃଶ୍ୟ ଅସହ୍ୟ ମୁଁ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରୁଛି ।’

ପ୍ରକାଶ ଥାଉକି ମିକାଙ୍କ ପୂର୍ବରୁ ଅଭିନେତା ତଥା ଗାୟକ ଦିଲଜିତ ଦୋସାଞ୍ଝ, ଅଭିନେତ୍ରୀ ସ୍ବରା ଭାସ୍କର କୃଷକ ଆନ୍ଦୋଳନର ସମର୍ଥନ କରିଥିଲେ । ସେହିପରି ଗତ ବର୍ଷ ନଭେମ୍ବରରୁ ଦିଲ୍ଲୀ ବର୍ଡରରେ ଆନ୍ଦୋଳନ ଆରମ୍ଭ କରିଥିଲେ କୃଷକ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ଅଛି । 26ଟି ନୂତନ କେନ୍ଦ୍ରୀୟ ଚାଷ ଆଇନ ରଦ୍ଦ କରିବାକୁ ଦାବି କରୁଛନ୍ତି ସମସ୍ତେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.