ETV Bharat / sitara

କନିକାଙ୍କୁ ମନେ ପଡିଲା ଗତବର୍ଷର ଅପମାନ

author img

By

Published : Mar 30, 2021, 12:17 PM IST

ଗତ ବର୍ଷ ବିଦେଶରୁ ଫେରି କୋରୋନା ସଂକ୍ରମିତ ହୋଇଥିଲେ କନିକା । ଯିଏ ପ୍ରଥମ ସେଲିବ୍ରିଟି, ଯାହାଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଗତ ବର୍ଷ ଦେଶରେ ପ୍ରଥମ ସେଲିବ୍ରିଟି କୋରୋନା ସଂକ୍ରମିତ ହୋଇଥିଲେ ଫେମସ ଗାୟିକା କନିକା କପୁର । ଯାହାକୁ ଆଧାର କରି ତାଙ୍କୁ ଖୁବ୍ ଟ୍ରୋଲ କରାଯାଇଥିଲା। କାରଣ ସେ ବିଦେଶରୁ ଫେରି କ୍ବାରେଣ୍ଟାଇନରେ ନରହି ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିଲେ ସାମିଲ ହୋଇଥିଲେ ଅନେକ ରାଜନେତା ଓ ରାଜନେତ୍ରୀ । ଇତିମଧ୍ୟରେ ତାଙ୍କୁ ସେହି ଦିନ କଥା ମନେ ପଡିଯାଇଛି ଯେବେ ଗଣମାଧ୍ୟମରୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଅପମାନ କରାଯାଇଥିଲା ।

ଆଉ ଏହା ବିଷୟରେ ସେ ଆଲୋଚନା କରି କହିଛନ୍ତି, ‘ସେହି ଦିନ ମୋ ପାଇଁ କଠିନ ସମୟ ଥିଲା । ଅନ୍ୟ କୌଣସି ଜିନିଷ ଅପେକ୍ଷା ଏହା ଅଧିକ ଆଶ୍ଚର୍ଯ୍ୟଜନକ ଥିଲା ଯେ ପରିସ୍ଥିତିର ବାସ୍ତବତା ନଜାଣି ଲୋକେ ମୋର ସମାଲୋଚନା ଆରମ୍ଭ କରିଦେଇଥିଲେ । ମୋ ବିଷୟରେ ଅନେକ କଥା କହିଥିଲେ । ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ଏତେ ଅସୁସ୍ଥ ଥିବା ଜାଣିବା ସତ୍ତ୍ବ ଲୋକେ ଏତେ ଖରାପ କହିଥିଲେ । ଯାହା ମତେ ବହୁତ ଦୁଃଖ ଦେଇଥିଲା । ଏବେ ଆଶା କରୁଛୁ ବାସ୍ତବତା ଜାଣିବା ପରେ ଲୋକେ କିଛି ଶିକ୍ଷା କରିଛନ୍ତି । ମୁଁ ପ୍ରକୃତରେ ଆଶା କରେ ଯେ ଏହି ମହାମାରୀ ପରେ ସମସ୍ତେ ଏକ ଉତ୍ତମ ଦୃଷ୍ଟିକୋଣ ପାଇବେ ଏବଂ ପରସ୍ପରକୁ ସହଯୋଗ ଏବଂ ସାହାଯ୍ୟ କରିବେ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.