ETV Bharat / sitara

ହିମସ୍ଖଳନ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବେ ଜୁବିନ, ଜାଣନ୍ତୁ କେମିତି

14 ତାରିଖରେ ମସୁରୀରେ ଏକ ଲାଇଭ୍‌ କନସର୍ଟ କରି ଆୟ କରିବା ଟଙ୍କାକୁ ଚମୋଲି ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ ଦାନ କରିବେ ଗାୟକ ଜୁବିନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜୁବିନ ନୌଟିଆଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜୁବିନ ନୌଟିଆଲ
author img

By

Published : Feb 13, 2021, 8:39 AM IST

ଡେରାଡୁନ: ରବିବାର ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହିମସ୍ଖଳନ ଯୋଗୁଁ 38 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 204ରୁ ଊର୍ଦ୍ଧ୍ବ ନିଖୋଜ ଅଛନ୍ତି । ଏହି ଜଳ ପ୍ରଳୟରେ ବହୁ ଜୀବନ ଓ ସମ୍ପତ୍ତି ନଷ୍ଟ ମଧ୍ୟ ହୋଇଛି। ଏଥି ସହିତ ପ୍ରଭାବିତ ଅଞ୍ଚଳରେ ITBP, SDRF, NDRF ଏବଂ ପୋଲିସ କର୍ମଚାରୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟପଟେ ବହୁ ଜଣାଶୁଣା ବ୍ୟକ୍ତିତ୍ବ ମଧ୍ୟ ଏହି ପ୍ରଳୟରେ ପ୍ରଭାବିତ ଲୋକଙ୍କୁ ସହଯୋଗର ହାତ ବଢାଉବାକୁ ସାମ୍ନାକୁ ଆସିବାରେ ଲାଗିଛନ୍ତି । ଏଥିରେ ସାମିଲ ଅଛନ୍ତି ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ ।

ଉତ୍ତରାଖଣ୍ଡର ନିବାସୀ ଜୁବିନ ଏହି ପ୍ରଳୟକୁ ନେଇ ଦୁଃଖ ପ୍ରକାଶ କରିବା ସହ ପ୍ରଭାବିତ ଲୋକଙ୍କ ସାହାଯ୍ୟ କରିବା ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି । ସେ 14 ତାରିଖରେ ମସୁରୀରେ ଏକ ସିଙ୍ଗିଂ କନସର୍ଟର ଆୟୋଜନ କରିବାକୁ ଯାଉଛନ୍ତି । ଯାହାର ଲାଇଭ ଷ୍ଟ୍ରିମିଂ ମଧ୍ୟ କରାଯିବ । ଏହି କନସର୍ଟ ମାଧ୍ୟମରେ ସଂଗୃହୀତ ପାଣ୍ଠି ଚମୋଲି ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ ଦାନ କରାଯିବ |

ସେପଟେ ଏହି ବିଷୟରେ ଆଲୋଚନା କରି ଜୁବିନ ସାକ୍ଷାତକାରରେ ଦୁଃଖ ଜଣାଇବା ସହ 1 ଘଣ୍ଟା ଲାଇଭ କନସର୍ଟ କରି ଯାହା ଆୟ କରିବେ ସେ ପ୍ରଭାବିତ ଲୋକଙ୍କ ପାଇଁ ତାହା ଦାନ କରିବେ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.