ETV Bharat / state

୧୫ରୁ ବଢ଼ିବ ଶୀତ, ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା - ODISHA WEATHER LATEST UPDATE

ରାଜ୍ୟରେ ପଡିବ ଶୀତ ପ୍ରଭାବ । କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା । ବଡ଼ ବର୍ଷା ନାହିଁ ।

Odisha Weather Forecast
Odisha Weather Forecast (ETV Bharat Odisha)
author img

By ETV Bharat Odisha Team

Published : Nov 11, 2024, 5:52 PM IST

ଭୁବନେଶ୍ବର: ହ୍ରାସ ହେବ ରାତିର ତାପମାତ୍ରା । ରାଜ୍ୟରେ ପଡିବ ଶୀତର ପ୍ରଭାବ । ୪ ଦିନ ପରେ ଅର୍ଥାତ ୧୫ ତାରିଖ ପରେ ରାଜ୍ୟରେ ଶୀତ ଅନୁଭବ ହେବ । ୧୫ ତାରିଖରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ରାଜ୍ୟରେ ଶୀତ ପଡିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପଟେ ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ରାଜ୍ୟ ପାଇଁ ବଡ ବର୍ଷା ଏବଂ ଚେତାବନୀ ନଥିବା କହିଛି ପାଣିପାଗ ବିଭାଗ ।

ଏସବୁ ଜିଲ୍ଲାରେ ହେବ ବର୍ଷା:

Odisha Weather Forecast (ETV Bharat Odisha)

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର ଏବଂ ଆସନ୍ତାକାଲି ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାଗୁଡ଼ିକରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୩ ତାରିଖ ଏବଂ ଆଗାମୀ ଦିନରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ସେହିପରି ୧୫ ତାରିଖରୁ ରାତି ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବାର ସମ୍ଭାବନା ରହିଛି । ଆଗାମୀ ୫ ଦିନ ପାଇଁ କୌଣସି ଚେତାବନୀ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଶୀତ ଆସିବାରେ କାହିଁକି ବିଳମ୍ବ ?:

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, "ବାତ୍ୟା ଦାନା ପ୍ରଭାବରେ ବାୟୁମଣ୍ଡଳରେ ଆର୍ଦ୍ରତା ରହିଥିଲା । ଫଳରେ ତାପମାତ୍ରା ହ୍ରାସ ହୋଇ ପାରୁନଥିଲା । ବର୍ତ୍ତମାନ ଦିନର ତାପମାତ୍ରା ସ୍ବାଭାବିକ ରହିଛି । ଉପପୂଳ ଅଞ୍ଚଳ, ଦକ୍ଷୀଣ ଆଭ୍ୟନ୍ତରିଣ ଓଡ଼ିଶାରେ ରାତିର ତାପମାତ୍ରା ସ୍ବାଭାବିକ ରହିଛି ରହିଛି । କେବଳ ଉତ୍ତର ଆଭ୍ୟନ୍ତରିଣ ଓଡ଼ିଶାରେ ସ୍ବାଭାବିକ ଠାରୁ ଅଧିକ ରହିଛି । ଫଳରେ ଉତ୍ତର ଓଡ଼଼ିଶାରେ ଗରମ ଅନୁଭୂତ ହେଉଛି । ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହ ସହ ପାଗର ଶୁଷ୍କତା ଯୋଗୁଁ ଆଗକୁ ଧିରେ ଧିରେ ତାପମାତ୍ରା କମିବ ଆଉ ଶୀତ ପଡିବ । ହଠାତ୍ ଯଦିଓ ଶୀତ ହେବନାହିଁ ପ୍ରଥମେ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ହେବା ସହ ଅନ୍ୟ ଅଞ୍ଚଳରେ ମଧ୍ୟ ଅନୁଭବ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ଶୀତଋତୁରେ ଶୀତ ଉଭାନ, କେବେଠୁ ପଡ଼ିବ ଥଣ୍ଡା ?

ଏହା ମଧ୍ୟ ପଢ଼ନ୍ତୁ...ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ଓଡ଼ିଶାରେ ପଡିବ କି ପ୍ରଭାବ ? ଶୀତ ଉଭାନ

କେଉଁଠି ସର୍ବାଧିକ, କେଉଁଠି କମ୍‌:

ତେବେ ବର୍ତ୍ତମାନ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ଦିନର ତାପମାତ୍ରା ସ୍ବାଭାବିକକୁ ଫେରୁଛି । ୧୫ ତାରିଖରୁ ତାପମାତ୍ରା ୨ରୁ ୪ଡିଗ୍ରୀ ହ୍ରାସ ପାଇବ । ଏବେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୫.୦୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୫.୨ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ବର ଦିନର ତାପମାତ୍ରା ୩୨.୦୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାତିର ତାପମାତ୍ରା ୨୨.୬ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି କଟକରେ ଦିନର ତାପମାତ୍ରା ୩୦.୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାତିର ତାପମାତ୍ରା ୨୧ ଡିଗ୍ରୀ ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.