ETV Bharat / sitara

ଡିସେମ୍ବରରେ ବିବାହ କରିବେ ଆଦିତ୍ୟ

author img

By

Published : Nov 4, 2020, 1:52 PM IST

କିଛି ଦିନ ପାଇଁ ସୋସିଆଲ ମିଡିଆରୁ ଛୁଟି ନେଲେ ଆଦିତ୍ୟ ନାରାୟଣ । କାରଣ ଡିସେମ୍ବରରେ ଗର୍ଲଫ୍ରେଣ୍ଡଙ୍କ ସହ କରିବେ ବିବାହ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଦିତ୍ୟ ନାରାୟଣ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଦିତ୍ୟ ନାରାୟଣ

ମୁମ୍ବାଇ: ବଲିଉଡ ବିବାହ ଋତୁରେ ସାମିଲ ହେବାକୁ ଯାଉଛନ୍ତି ଆଉ ଜଣେ ସେଲିବ୍ରିଟି । ନେହା କକ୍କରଙ୍କ ପରେ ତାଙ୍କ ବନ୍ଧୁ ତଥା ଗାୟକ, ଅଭିନେତା ଆଦିତ୍ୟ ନାରାୟଣଙ୍କ ବିବାହକୁ ନେଇ ଚାଲିଛି ଚର୍ଚ୍ଚା । ନିକଟରେ ସେ ନିଜ ଗର୍ଲଫ୍ରେଣ୍ଡ ଶ୍ବେତା ଅଗ୍ରୱାଲଙ୍କ ସହ ନିଜ ରିଲେସନଶିପ ବିଷୟରେ ଖୁଲାସା କରି ବିବାହ ଶୀଘ୍ର କରିବେ ବୋଲି କହିଥିଲେ । ଆଉ ଏବେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ଗୁଡନ୍ୟୁଜ । ସେ ଜଣାଇଛନ୍ତି କେବେ ଶ୍ବେତାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ ।

ଇନଷ୍ଟାଗ୍ରାମରେ ଶ୍ବେତାଙ୍କ ସହ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଆମେ ବିବାହ କରିବାକୁ ଯାଉଛୁ । ଦୁନିଆର ସବୁଠୁ ଭାଗ୍ୟଶାଳୀ ପୁଅ ମୁଁ କାରଣ ମତେ ଶ୍ବେତା ମିଳିଛନ୍ତି । ସେ ମୋ ସୋଲମେଟ୍‌ । 11 ବର୍ଷ ରିଲେସନଶିପ ପରେ ଆମେ ଡିସେମ୍ବରରେ ବିବାହ କରିବାକୁ ଯାଉଛୁ । ଆମେ ଆମ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖୁ । ବିବାହ ପାଇଁ ସୋସିଆଲ ମିଡିଆରୁ କିଛି ଦିନ ବ୍ରେକ ନେଉଛି । ଆପଣଙ୍କ ସହ ଡିସେମ୍ବରରେ ଦେଖା ହେବ । କହିଥିଲି ନା କଭି ନା କଭି ତୋ ମିଲୋଙ୍ଗେ କହିଁ ପେ ହମକୋ ୟକିନ ହେ।’

ପ୍ରକାଶ ଥାଉକି କିଛି ବର୍ଷ ପୂର୍ବେ ଏହି ଦୁଇଜଣଙ୍କ ବ୍ରେକଅପ କଥା ଚର୍ଚ୍ଚାର ବିଷୟ ପାଲଟିଥିଲା । ହେଲେ ନିକଟରେ ଏହାକୁ ଖଣ୍ଡନ କରି ଆଦିତ୍ୟ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା କହିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.