ମୁମ୍ବାଇ: ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ପରେ ଏବେ ତାଙ୍କ ବନ୍ଧୁ ତଥା ଗାୟକ ଆଦିତ୍ୟ ନାରାୟଣଙ୍କ ବଡ ଖୁଲାସା । ସବୁବେଳେ ନିଜ ରିଲେସନଶିପକୁ ନେଇ ମୌନ ବ୍ରତ ପାଳିଆସୁଥିବା ଆଦିତ୍ୟ ଏବେ ଖୁଲମଖୁଲା ନିଜ ଗାର୍ଲଫ୍ରେଣ୍ଡ ଶ୍ବେତା ଅଗ୍ରୱାଲଙ୍କ ସହ ଥିବା ସମ୍ପର୍କ ବିଷୟରେ ଆଲୋଚନା କରିଛନ୍ତି । ଆଉ ସେ ଏବର୍ଷ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ମଧ୍ୟ ଯାଉଛନ୍ତି ।
ଏକ ସାକ୍ଷାତକାରରେ ଆଦିତ୍ୟ ଜଣାଇଛନ୍ତି, ‘ମୁଁ ଶାପିତ୍ ଫିଲ୍ମ ସେଟରେ ଶ୍ବେତାଙ୍କୁ ଭେଟିଥିଲି ଏବଂ ଆମ ମଧ୍ୟରେ ଭଲ ବଣ୍ଡିଂ ଥିଲା । ତା’ପରେ ଧୀରେ ଧୀରେ ମୁଁ ତାଙ୍କୁ ଭଲପାଇଲି । ଆରମ୍ଭରେ ସେ କେବଳ ବନ୍ଧୁ ହେବାକୁ ଚାହୁଁଥିଲେ କାରଣ ଆମେ ଦୁହେଁ ୟଙ୍ଗ ଥିଲୁ ଏବଂ ସେ ନିଜ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଥିଲୁ । ପ୍ରତ୍ୟେକ ସମ୍ପର୍କ ପରି, ଆମର ସମ୍ପର୍କ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ହେଲେ ଏବେ ଆମେ ଦୁହେଁ ପରସ୍ପରକୁ ବୁଝିପାରୁଛୁ । ଆଉ ମୋର ବାପା-ମା' ଶ୍ବେତାଙ୍କୁ ମଧ୍ୟ ବହୁତ ପସନ୍ଦ କରନ୍ତି । ନଭେମ୍ବର-ଡିସେମ୍ବରରେ ଆମେ ବିବାହ କରିବୁ ବୋଲି ନିଷ୍ପତ୍ତି ନେଇଛୁ ।’
ପ୍ରକାଶ ଥାଉକି କିଛି ବର୍ଷ ପୂର୍ବେ ଚର୍ଚ୍ଚା ଶ୍ବେତା ଓ ଆଦିତ୍ୟଙ୍କ ବ୍ରେକଅପ ଖବର ସାମ୍ନାକୁ ଆସିଥିଲା । ଯାହାକୁ ସାକ୍ଷାତକାରରେ ଖଣ୍ଡନ କରିଛନ୍ତି ଆଦିତ୍ୟ।