ETV Bharat / sitara

ଜାନଙ୍କ ମରାଠୀ ସମ୍ବନ୍ଧୀୟ ମନ୍ତବ୍ୟ, କ୍ଷମା ମାଗିଲେ ବାପା-ମା' - ଜାନ କୁମାର ସାନୁଙ୍କ ମରାଠୀ ସମ୍ବନ୍ଧୀୟ ମନ୍ତବ୍ୟ

‘ବିଗବସ’ରେ ଏଥର ସମାଲୋଚନାର ଶିକାର ହେଉଛନ୍ତି ଗାୟକ ଜାନ କୁମାର ସାନୁ । ତାଙ୍କ ପାଇଁ ଚ୍ୟାନେଲ ଠୁ ନେଇ ବାପା-ମା' ମଧ୍ୟ କ୍ଷମା ମାଗିସାରିଲେଣି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Oct 30, 2020, 4:36 PM IST

ମୁମ୍ବାଇ: ସମସ୍ୟା ଘେରରେ ସୁପରଷ୍ଟାର ସଲମାନ ଖାନଙ୍କ ରିୟାଲିଟି ଶୋ ‘ବିଗବସ 14’। ସବୁବେଳେ ବିବାଦରେ ଆସୁଥିବା ଏହି ଶୋକୁ ନେଇ ଦେଖିବାକୁ ମିଳିଛି ନୂଆ ବିବାଦ । ଏଥର ମରାଠୀ ଭାଷାକୁ ନେଇ ଗାୟକ ଜାନ କୁମାର ସାନୁଙ୍କ ମନ୍ତବ୍ୟ ପାଇଁ କଲର୍ସ ଟିଭି ଚ୍ୟାନେଲ ବୁଧବାର କ୍ଷମା ମାଗିଛି । ଖାଲି ଏତିକି ନୁହେଁ ପୁଅ ପାଇଁ ହାତ ଯୋଡି କ୍ଷମା ପ୍ରାର୍ଥନା କରିଛନ୍ତି ଲୋକପ୍ରିୟ ପ୍ଲେବ୍ୟାକ ସିଙ୍ଗର କୁମାର ସାନୁ ।

ସେ ନିଜର ଏକ ଭିଡିଓ ଟ୍ବିଟରରେ ସେୟାର କରି କହିଛନ୍ତି, ‘ନମସ୍କାର ଉଦ୍ଧବ ସାର୍ ମୁଁ କୁମାର ସାନୁ ମତେ ଭଲ ଲାଗିଲା ଯେ ବିଏମସି କୋରୋନା ସମୟରେ ମୋର ସମ୍ପୂର୍ଣ୍ଣ ଧ୍ୟାନ ରଖିଥିଲା । ସେହି ସବୁ ଜିନିଷ ପାଇଁ ମୁଁ ଧନ୍ୟବାଦ ଜଣାଉଛି । ମୁଁ ବିଏମସି ପାଇଁ କୋରୋନାରୁ ମୁକ୍ତ ହୋଇ ଘରକୁ ଫେରିଥିଲି । ମୋ ପୁଅ ଜାନ ଅପମାନଜନକ କଥା କହିଛନ୍ତି । ଆମେ 40-41 ବର୍ଷରେ ଏମିତି ଭାବିନାହୁଁ । ଯେଉଁ ମୁମ୍ବାଇ ସହର, ମୁମ୍ବା ଦେବୀ ମତେ ଆଶୀର୍ବାଦ ଦେଇଛନ୍ତି । ଆଉ ମତେ ସଫଳତା ଯୋଗାଇଛନ୍ତି, ସେହି ମୁମ୍ବା ଦେବୀ ଓ ମହାରାଷ୍ଟ୍ର ବିରୋଧରେ ମୁଁ ଏମିତି କୌଣସି କଥା ଭାବି ମଧ୍ୟ ପାରିବିନାହିଁ । କିନ୍ତୁ ମୋ ପୁଅ ମରାଠୀ ଭାଷା ବିରୋଧରେ କହିଛନ୍ତି । ଏଥିପାଇଁ ମୁଁ କହିବାକୁ ଚାହୁଁଛି ଯେ ଆମ ସମସ୍ତେ ସବୁ ଭାଷାକୁ ଭଲ ପାଉ। ମୁଁ ସବୁ ଭାଷାରେ ମଧ୍ୟ ଗୀତ ଗାଇଛି । ମୁଁ ପାଖାପାଖି 27 ବର୍ଷରୁ ପୁଅ ଠୁ ଅଲଗା ଅଛି । ମତେ ଜଣାନାହିଁ ଯେ ତାଙ୍କୁ ମା' କିପରି ଶିକ୍ଷା ଦେଇଛନ୍ତି । ହେଲେ ଜଣେ ବାପା ରୂପେ ମୁଁ କେବଳ ଆପଣଙ୍କୁ କ୍ଷମା ମାଗିପାରିବି । ଜାନଙ୍କୁ ଏଭଳି ଅପମାନଜନକ କଥା କହିବାର ନଥିଲା । ତାଙ୍କ ଦ୍ବାରା ହୋଇଥିବା ଭୁଲ୍ ପାଇଁ କ୍ଷମା ମାଗୁଛି ।’

ଫଟୋ ସୌଜନ୍ୟ: ଫେସବୁକ@କୁମାର ସାନୁ
ଫଟୋ ସୌଜନ୍ୟ: ଫେସବୁକ@କୁମାର ସାନୁ

ସେପଟେ ଜାନଙ୍କ ମା' ରିତା ଭଟ୍ଟାଚାର୍ଯ୍ୟ ଏକ ବୟାନ ଜାରି କରି କହିଛନ୍ତି, ‘ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଦୟା କରି ଏହାକୁ କେବଳ ଏକ ଖେଳ ରୂପେ ଗ୍ରହଣ କରନ୍ତୁ । ଏସବୁ ଜିନିଷରେ ନିଜର ବ୍ୟକ୍ତିଗତ ଏଜେଣ୍ଡାକୁ ଯୋଡନ୍ତୁ ନାହିଁ । ଯେତେବେଳେ ରାହୁଲ ବୈଦ୍ୟ, ଜାନ ଓ ନିକ୍କୀ ଏକାଠି ଥିଲେ ସେହି ସମୟରେ ରାହୁଲ ଓ ନିକ୍କି ମରାଠୀରେ କଥା ହୋଇଥିଲେ, ଯାହା ଜାନ ବୁଝିପାରୁନଥିଲେ । ଏଥିପାଇଁ ସେ କହିଲେ କି ମରାଠୀରେ କଥା ନହେବାକୁ । କାରଣ ତାଙ୍କୁ ଲାଗୁଥିଲା ସେମାନେ ତାଙ୍କ ବିଷୟରେ କଥା ହେଉଛନ୍ତି । ଦୟାକରି ପରିସ୍ଥିତିକୁ ବିଶ୍ଳେଷଣ କରନ୍ତୁ ଏବଂ ତାପରେ ଏକ ସିଦ୍ଧାନ୍ତରେ ଆସନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.