ETV Bharat / sitara

ଭ୍ୟାକ୍ସିନ ନେଲେ ବିଶାଲ

author img

By

Published : Apr 3, 2021, 7:50 AM IST

କୋରୋନାରୁ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ବର୍ତ୍ତମାନ ଦେଶରେ ଟୀକାକରଣ ଚାଲିଛି । ଯେଉଁଥିରେ ଅନେକ ସେଲିବ୍ରିଟିଙ୍କୁ ମଧ୍ୟ ଟିକା ନେଇ ସାରିଲେଣି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଶାଲ ଦଦଲାନି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଶାଲ ଦଦଲାନି

ମୁମ୍ବାଇ: ସଙ୍ଗୀତକାର ବିଶାଲ ଦଦଲାନି ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ଯେ ସେ କୋଭିଡ-19 ଟିକାର ପ୍ରଥମ ଡୋଜ ନେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଟୀକାକରଣ ପରେ ସେ କାନ୍ଧରେ ସାମାନ୍ୟ ଯନ୍ତ୍ରଣା ବ୍ୟତୀତ ଅନ୍ୟ କୌଣସି ପ୍ରଭାବ ଅନୁଭବ କରିନାହାଁନ୍ତି । ତାଙ୍କ ପୂର୍ବରୁ ଅନେକ ସେଲିବ୍ରିଟି ଟିକା ନେଇ ସାରିଲେଣି । ନିକଟରେ ଅମିତାଭ ବଚ୍ଚନଙ୍କ ଟିକା ନେବା ଖବର ସାମ୍ନାକୁ ଆସିଥିଲା ।

ସେହିପରି ବିଶାଲ ଟିକା ନେବା ସୂଚନା ଇନଷ୍ଟାଗ୍ରାମରେ ଦେଇଛନ୍ତି । ସେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଗତକାଲି ମୁଁ କୋଭିଡ-19 ଟିକାର ପ୍ରଥମ ଡୋଜ ନେଇଛି । ବାନ୍ଦ୍ରା ୱେଷ୍ଟର ଲୀଲାବତୀ ହସ୍ପିଟାଲରେ ସମ୍ପୂର୍ଣ୍ଣ ଟୀକାକରଣ ବ୍ୟବସ୍ଥା ଉତ୍କୃଷ୍ଟ ଥିଲା । କାନ୍ଧରେ ଛୁଞ୍ଚି ଦ୍ବାରା ସାମାନ୍ୟ ଯନ୍ତ୍ରଣା ବ୍ୟତୀତ ଅନ୍ୟ କୌଣସି ପ୍ରଭାବ ନାହିଁ ’

ଅନ୍ୟପଟେ ପପୁଲାର ସିଙ୍ଗର ସଲିମ ମର୍ଚାଣ୍ଟ ମଧ୍ୟ ଟିକା ନେଇଛନ୍ତି । ଟିକା ନେବା ସମୟରେ ଏକ ଭିଡିଓ ପୋଷ୍ଟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.