ETV Bharat / sitara

ସମ୍ପର୍କୀୟଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କଲେ ମହେଶ - ଲବୀନା ଲୋଧିଙ୍କ ଉପରେ ମାନହାନି ମକଦ୍ଦମା

ପୁଣି ଚର୍ଚ୍ଚାରେ ମହେଶ । କିଛି ଦିନରୁ ଶୁଣିବାକୁ ମିଳୁଛି ଯେ ସେ ବଲିଉଡରେ ଡ୍ରଗ୍ସ ଓ ଝିଅ କାରବାର କରୁଛନ୍ତି । ଏହି ମାମଲାରେ ଏବେ ପ୍ରତିକ୍ରିୟା ରଖିଛନ୍ତି ସେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Oct 27, 2020, 4:08 PM IST

ମୁମ୍ବାଇ: ଫେମସ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଗତ 6 ମାସରୁ ବିବାଦ ଘେରରେ ରହିଆସୁଛନ୍ତି । ପ୍ରଥମେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ତାଙ୍କ ନାମ ସମ୍ପୃକ୍ତ ହେବା। ପୁଣି ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆଉ ନିକଟରେ ତାଙ୍କ ସମ୍ପର୍କୀୟ, ଅଭିନେତ୍ରୀ ଲବୀନା ଲୋଧ ତାଙ୍କ ଉପରେ ସାଙ୍ଘତିକ ଅଭିଯୋଗ ଆଣିଥିଲେ। ବଲିଉଡରେ ସେ ନିଜ ଭଣଜା ସୁମିତ ସଭରୱାଲଙ୍କ ସହ ମିଶି ଡ୍ରଗ୍ସ ଓ ଝିଅ କାରବାର କରୁଛନ୍ତି ବୋଲି କହିଥିଲେ ଲବୀନା । ଏବେ ମହେଶ ଏହି ଘଟଣାରେ ମୌନ ବ୍ରତ ଭାଙ୍ଗିଛନ୍ତି।

ବର୍ତ୍ତମାନ ଆକ୍ସନ ମୁଡରେ ନଜର ଆସୁଥିବା ମହେଶ ସୋମବାର ବମ୍ବେ ହାଇକୋର୍ଟରେ ଲବୀନାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି।

ସେହିପରି ସେ ଏକ ବୟାନ କହିଛନ୍ତି, ‘ଆମେ ସୋମବାର କୋର୍ଟରେ ଦାଖଲ କରିଥିବା ମାନହାନି ମକଦ୍ଦମାରେ ଉଲ୍ଲେଖ କରାଯାଇଛି ଯେ ସୁମିତ ଗତ 20 ବର୍ଷ ଧରି ଆମ ଫିଲ୍ମ ନିର୍ମାଣ କମ୍ପାନୀ ବିଶେଷ ଫିଲ୍ମରେ କାମ କରୁଥିବା ଜଣେ କର୍ମଚାରୀ। ଗଣମାଧ୍ୟମରେ ଲବିନାଙ୍କ ଦାବି ଯେ ସେ ଆମର ସମ୍ପର୍କୀୟ। ଯାହା ଭୁଲ୍ କଥା । ତାଙ୍କ ଉଦ୍ଦେଶ୍ୟ ହେଲା ଯେ ସେ କେବଳେ ମୋ କମ୍ପାନୀ ଆଉ ମୋ ପରିବାରର ପ୍ରତିଛବି ଖରାପ କରିବା । ଯାହାକୁ ଦୃଷ୍ଟିରେ ରଖି ଆମେ ତାଙ୍କ ବିରୋଧରେ ମାନହାନି ମକଦ୍ଦମ ରୁଜୁ କରିଛୁ । ଆଶା କରୁଛୁ କୋର୍ଟର ନିଷ୍ପତ୍ତି ଆମ ପକ୍ଷରେ ହେବ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.