ETV Bharat / sitara

ଘର ସୋଫାରେ ମିଳିଲା କନ୍ନଡ ଅଭିନେତାଙ୍କ ମୃତଦେହ

author img

By

Published : Oct 23, 2020, 6:40 AM IST

ପୁଣି କଳା ଜଗତରେ ଶୋକର ଛାୟା । ଆରପାରିରେ ଅଭିନେତା ସୁରେନ୍ଦ୍ର । ହତ୍ୟା ସନ୍ଦେହରେ ପୋଲିସ । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଚେନ୍ନାଇ: ଚଳିତ ବର୍ଷ ଅନେକ ଜଣାଶୁଣା ସେଲିବ୍ରିଟିଙ୍କ ଦେହାନ୍ତ ହୋଇଛି । ଏବେ କନ୍ନଡ ଫିଲ୍ମର ଅଭିନେତା ସୁରେନ୍ଦ୍ର ବନ୍ତୱାଲଙ୍କୁ ନେଇ ସାମ୍ନାକୁ ଆସିଛି ନୈରାଶ୍ୟଜନକ ଖବର । ଦୁନିଆ ଛାଡି ଚାଲିଯାଇଛନ୍ତି ସେ । ଆଶ୍ଚର୍ଯ୍ୟକର କଥା ହେଲା ଯେ ସୁରେନ୍ଦ୍ରଙ୍କ ମୃତଦେହ ତାଙ୍କ ଘରର ସୋଫାରୁ ଉଦ୍ଧାର କରାଯାଇଛି ।

ମୃତଦେହ ଦେଖିବା ପରେ ହତ୍ୟାକାଣ୍ଡ ଅନୁମାନ କରାଯାଉଛି। ବୁଧବାର ଦିନ କର୍ଣ୍ଣାଟକ ସ୍ଥିତ ତାଙ୍କ ବାସଭବନରୁ ତାଙ୍କ ମୃତଦେହ ମିଳିଥିଲା। ତାଙ୍କ ଶରୀରରେ ଅନେକ ଚିହ୍ନ ମଧ୍ୟ ରହିଛି । ଅଭିନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏଥି ସହ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରକାଶ ଥାଉକି ସୁରେନ୍ଦ୍ରଙ୍କ କିଛି ବନ୍ଧୁ ତାଙ୍କୁ ବିଳମ୍ବିତ ପର୍ଯ୍ୟନ୍ତ ଫୋନ୍ କରିଥିଲେ । ହେଲେ ଫୋନର ଜବାବ ନମିଳିବାରୁ ବନ୍ଧୁ ତାଙ୍କ ଘରେ ପହଞ୍ଚିଥିଲେ । ଆଉ ସୋଫାରେ ତାଙ୍କ ମୃତଦେହ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ପୋଲିସକୁ ଶୀଘ୍ର ସୂଚନା ଦିଆଯାଇଥିଲା ।

ପୋଲିସ ସୂଚନା ଅନୁଯାୟୀ ସୁରେନ୍ଦ୍ରଙ୍କ ଉପରେ ଅଜ୍ଞାତ ଆକ୍ରମଣକାରୀ ଆକ୍ରମଣ କରିଛନ୍ତି । ତେବେ ଏହା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.