ETV Bharat / sitara

ବଲିଉଡରେ ଆଉ ଜଣେ କପୁର କିଡ୍, ସଞ୍ଜୟଙ୍କ ଲାଡଲୀକୁ ଲଞ୍ଚ କରିବେ କରନ

author img

By

Published : Mar 22, 2021, 12:41 PM IST

ସୋମବାର କରନଙ୍କ ବଡ ଘୋଷଣା । ନିଜର ଅପକମିଂ ଫିଲ୍ମରେ ଶନାୟାଙ୍କୁ କରିବେ ଲଞ୍ଚ । ଜାହ୍ନବୀଙ୍କ କଜନ ଶନାୟା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବଲିଉଡରେ ଷ୍ଟାରକିଡ୍ସଙ୍କ କ୍ୟାରିୟର ନିର୍ମାଣ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଫେମସ ନିର୍ମାତା କରନ ଜୋହରଙ୍କର । ସେ ଏଯାବତ ଅନେକ ଷ୍ଟାରକିଡ୍ସଙ୍କୁ ନିଜ ଫିଲ୍ମ ଜରିଆରେ ବଲିଉଡରେ ସାମିଲ କରିସାରିଛନ୍ତି । ଏଥର ତାଙ୍କ ନଜର ଆଉ ଜଣେ ଷ୍ଟାରକିଡଙ୍କ ଉପରେ । ଆଜ୍ଞା ହଁ, କପୁର ବଂଶର ଆଉ ଜଣେ ଝିଅଙ୍କ ଡେବ୍ୟୁକୁ ନେଇ ଚର୍ଚ୍ଚା । କରନ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟାଙ୍କୁ ବଲିଉଡରେ ଲଞ୍ଚ କରିବାକୁ ଯାଉଛନ୍ତି ।

କରନଙ୍କ ଧର୍ମା ପ୍ରଡକ୍ସନରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ଡେବ୍ୟୁ କରିବେ ଶନାୟା । ସୋମବାର ସକାଳେ ଏହାର ଘୋଷଣା କରି କରନ ଜଣାଇଛନ୍ତି ଯେ ସେ ଶନାୟାଙ୍କୁ ନିଜ ଅପକମିଂ ଫିଲ୍ମ ଜରିଆରେ ଲଞ୍ଚ କରିବେ । ଯାହାର ଘୋଷଣା ଚଳିତ ବର୍ଷ ଜୁଲାଇରେ ହେବ ।

ସେପଟେ ଶନାୟାଙ୍କ ଖୁସି ନକହିଲେ ସରେ । ସେ ମଧ୍ୟ ଇନଷ୍ଟାଗ୍ରାମରେ ଧର୍ମା ପ୍ରଡକ୍ସନର ଏହି ସୂଚନା ସେୟାର କରି ଖୁସି ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.