ମୁମ୍ବାଇ: ଫେମସ ନିର୍ମାତା ଅନୁରାଗ କଶ୍ୟପ ନିକଟରେ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବିରୋଧରେ କହି ଓ ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ସମର୍ଥନ କରି ଚର୍ଚ୍ଚାରେ ଆସିଥିଲେ । ଆଉ ଗୁରୁବାର ସେ ସୋସିଆଲ ମିଡିଆ ପାଇଁ ପୁଣିଥରେ ଚର୍ଚ୍ଚାରେ ଆସିଛନ୍ତି । ସବୁବେଳେ ବଲିଉଡକୁ ଶାନଦାର ଫିଲ୍ମ ଦେଉଥିବା ଅନୁରାଗ ଆଜି 48 ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ହେଲେ ଏହି ଅବସରରେ ସୋସିଆଲ ମିଡିଆରେ ତାଙ୍କର ମଜାକ ଉଡାଉଛନ୍ତି ଟ୍ରୋଲର୍ସ । ଯାହା ଉପରେ ବର୍ତ୍ତମାନ ସେ କ୍ରୋଧିତ ନଜର ଆସୁଛନ୍ତି ।
କଥାଟି ହେଲା ଯେ ଗୁରୁବାର ସକାଳୁ ଟ୍ବିଟରରେ #HappyBirthdayCharsiAnurag ଟ୍ରେଣ୍ଡ କରୁଛି । ଏହା ଉପରେ କ୍ରୋଧ ଜାହିର କରି ଅନୁରାଗ ଏକ ଟ୍ବିଟରେ ଲେଖିଛନ୍ତି, ‘ଏତେ ଚରସି ପ୍ରେମ । କାଶ ଚେତା ଥିବାବେଳେ ଆପଣଙ୍କଠୁ ଏତେ ପ୍ରେମ ମିଳିଥାଆନ୍ତା କି । ଧନ୍ୟବାଦ ଏହା ପାଇଁ #HappyBirthdayCharsiAnurag.’
-
Uff itna charsi pyaar .. kaash ki hosh mein bhi itna hi pyaar mile aap sabse .. thank you for your #HappyBirthdayCharsiAnurag
— Anurag Kashyap (@anuragkashyap72) September 9, 2020 " class="align-text-top noRightClick twitterSection" data="
">Uff itna charsi pyaar .. kaash ki hosh mein bhi itna hi pyaar mile aap sabse .. thank you for your #HappyBirthdayCharsiAnurag
— Anurag Kashyap (@anuragkashyap72) September 9, 2020Uff itna charsi pyaar .. kaash ki hosh mein bhi itna hi pyaar mile aap sabse .. thank you for your #HappyBirthdayCharsiAnurag
— Anurag Kashyap (@anuragkashyap72) September 9, 2020
ତାଙ୍କୁ ଡ୍ରଗ୍ସ ଅଭ୍ୟସ୍ତ କରି ସୋସିଆଲ ମିଡିଆରେ ଏପରି ଟ୍ରେଣ୍ଡ କରାଉଛନ୍ତି ଟ୍ରୋଲର୍ସ । ସେହିପରି ‘ହାପି ଚରସି ଅନୁରାଗ’ ସହ ‘ହାପି ଡ୍ରଗ୍ସ ଡେ ଟୁ ଅନୁରାଗ ହ୍ୟାଶଟ୍ୟାଗ’ ଦେଖିବାକୁ ମିଳୁଛି । ଟ୍ରୋଲର୍ସଙ୍କ ଅନୁଯାୟୀ ଅନୁରାଗ ବଲିଉଡର ସେହି ସେଲିବ୍ରିଟିଙ୍କୁ ସମର୍ଥନ କରୁଛନ୍ତି ଯେଉଁ ମାନେ ଡ୍ରଗ୍ସ ଅଭ୍ୟସ୍ତ । ଆଉ ଡ୍ରଗ୍ସ ଲିଙ୍କରେ ଧରାମଧ୍ୟ ପଡୁଛନ୍ତି । ପ୍ରକାଶ ଥାଉକି ବୁଧବାର ନିଜ ବୟାନରେ ଅନୁରାଗ କହିଥିଲେ ଯେ ସୁଶାନ୍ତ ଜଣେ ସମସ୍ୟାଜନିତ ମଣିଷ । ରିଆ ନିର୍ଦ୍ଦୋଷ ।
@ians