ମୁମ୍ବାଇ: ବି-ଟାଉନର ସଞ୍ଜୁ ବାବା ସଞ୍ଜୟ ଦତ୍ତ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି । ସେ 61 ବର୍ଷରେ ପଦାର୍ପଣ କରିଛନ୍ତି । ସଞ୍ଜୟ ବଲିଉଡର ସେହି ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ଯିଏ କ୍ୟାରିୟର ଆରମ୍ଭରୁ ଏଯାବତ ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି । ସେ ବଲିଉଡକୁ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇସାରିଛନ୍ତି । ସେ ଆକ୍ସନରୁ ନେଇ କମେଡି ଓ ରୋମାନ୍ସ ପର୍ଯ୍ୟନ୍ତ ସବୁ ଭୂମିକାରେ ଅଭିନୟ କରିସାରିଛନ୍ତି । ଆଉ ଖୁବଶୀଘ୍ର ସେ ବହୁପ୍ରତିକ୍ଷିତ ଫିଲ୍ମ ‘କେଜିଏଫ ଚାପ୍ଟର 2’ରେ ନଜର ଆସିବେ। ଆଜି ତାଙ୍କ ଜନ୍ମଦିନ ଅବସରରେ ଫିଲ୍ମ ମେକର୍ସ ‘କେଜିଏଫ 2’ରୁ ତାଙ୍କ ଫାଷ୍ଟଲୁକ ପୋଷ୍ଟର ଜାରି କରିଛନ୍ତି । ଖଳନାୟକ ଅଧୀରା ସାଜି ସେ ତାମିଲ ସୁପରଷ୍ଟାର ୟଶଙ୍କ ସହ ଲଢୁଥିବାର ଦେଖାଯିବେ ।
-
'Unveiling The Brutality' On July 29th at 10 AM.#KGFChapter2@TheNameIsYash @VKiragandur @prashanth_neel @SrinidhiShetty7 @TandonRaveena @bhuvangowda84 @BasrurRavi @Karthik1423 @excelmovies @AAFilmsIndia @FarOutAkhtar @ritesh_sid @VaaraahiCC @hombalefilms pic.twitter.com/t5ROFelTLN
— Sanjay Dutt (@duttsanjay) July 27, 2020 " class="align-text-top noRightClick twitterSection" data="
">'Unveiling The Brutality' On July 29th at 10 AM.#KGFChapter2@TheNameIsYash @VKiragandur @prashanth_neel @SrinidhiShetty7 @TandonRaveena @bhuvangowda84 @BasrurRavi @Karthik1423 @excelmovies @AAFilmsIndia @FarOutAkhtar @ritesh_sid @VaaraahiCC @hombalefilms pic.twitter.com/t5ROFelTLN
— Sanjay Dutt (@duttsanjay) July 27, 2020'Unveiling The Brutality' On July 29th at 10 AM.#KGFChapter2@TheNameIsYash @VKiragandur @prashanth_neel @SrinidhiShetty7 @TandonRaveena @bhuvangowda84 @BasrurRavi @Karthik1423 @excelmovies @AAFilmsIndia @FarOutAkhtar @ritesh_sid @VaaraahiCC @hombalefilms pic.twitter.com/t5ROFelTLN
— Sanjay Dutt (@duttsanjay) July 27, 2020
ଏବେ ଜାରି ହୋଇଥିବା ପୋଷ୍ଟରରେ ତାଙ୍କ ଦମଦାର ଲୁକ ଦେଖିବାକୁ ମିଳୁଛି । ସଞ୍ଜୟ ପୋଷ୍ଟରକୁ ଫ୍ୟାନ୍ସଙ୍କ ପାଇଁ ଟ୍ବିଟରରେ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ମୁଁ ଜନ୍ମଦିନରେ ଏହାଠୁ ଭଲ ଉପହାର ମାଗିନଥିଲେ । ଏହା ମୋ ଜନ୍ମଦିନକୁ ଶାନଦାର କରିଛି । ଧନ୍ୟବାଦ ପ୍ରଶାନ୍ତ ନୀଲ।’
ଅନ୍ୟପଟେ ଫିଲ୍ମ ନିର୍ଦ୍ଦେଶକ ମଧ୍ୟ ସଞ୍ଜୟଙ୍କ ଫାଷ୍ଟଲୁକ ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଯାହାର କ୍ୟାପସନରେ ଲେଖିଛନ୍ତି, ‘ଅଧୀରା ଭିକିଙ୍ଗ ଏକ୍ସ ଫାୟାରରୁ ଅନୁପ୍ରାଣିତ। ହାପି ବର୍ଥଡେ ସଞ୍ଜୟ ବାବା। ଧନ୍ୟବାଦ ଆମ ଫିଲ୍ମର ଅଂଶ ସାଜିବାରୁ।’
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ