ମୁମ୍ବାଇ: ବଲିଉଡର ଏର୍ନଜେଟିକ ଆକ୍ଟର ରଣବୀର ସିଂଙ୍କ ବହୁପ୍ରତିକ୍ଷିତ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’କୁ ନେଇ ଉତ୍ସାହିତ ଦର୍ଶକ । ଫିଲ୍ମରେ କ୍ରିକେଟ କିମ୍ବଦନ୍ତୀ କପିଲ ଦେବଙ୍କ ଭୂମିକାରେ ଦେଖାଯିବେ ସେ । ଏହାବ୍ୟତୀତ ସେ ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସର୍କସ’ରେ ମଧ୍ୟ ନଜର ଆସିବେ । ଇତିମଧ୍ୟରେ ଫିଲ୍ମ ସୁଟିଂକୁ ନେଇ ସାମ୍ନାକୁ ଆସିଛି ନୂଆ ଖବର ।
କାରଣ ରୋହିତ ଫିଲ୍ମର ସୁଟିଂ ଶେଷ କରିବାକୁ ଯାଉଛନ୍ତି । ଯାହାର ସୂନଚା ଦେଇ ସେ ରଣବୀରଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ଏହା ଆମର ଦମଦାର ଯାତ୍ରା ଥିଲା । ଆଉ ଏବେ ଫାଇନାଲ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ଶେଷ ହେବାକୁ ଯାଉଛି ସର୍କସର ଶେଷ ସିଡ୍ୟୁଲ ସୁଟିଂ ।’
- " class="align-text-top noRightClick twitterSection" data="
">
ସେପଟେ ଏହି ପୋଷ୍ଟରେ କମେଣ୍ଟ କରି ରଣବୀର ଲେଖିଛନ୍ତି, ‘ଫିଲ୍ମ ପାଇଁ ପ୍ରେମ ଆଉ ସ୍ନେହ ।’ ପ୍ରକାଶ ଥାଉକି ଫିଲ୍ମଟି ୱିଲୟମ୍ ସେକ୍ସପିୟରଙ୍କ କ୍ଲାସିକ୍ ନାଟକ ‘ଦି କମେଡି ଅଫ୍ ଏରର୍ସ’ ଉପରେ ଆଧାରିତ । ଯାହାର କାହାଣୀ ଦୁଇଟି ଯାଆଁଳା ପିଲାଙ୍କର, ଯିଏ ଜନ୍ମ ସମୟରେ ଅଲଗା ହୋଇଯାଇଥିବେ। ରଣବୀରଙ୍କ ସହ ଫିଲ୍ମରେ ପୂଜା ହେଗଡେ, ଜ୍ୟାକଲିନ ଫର୍ଣ୍ଣାଡେଜ ଏବଂ ବରୁଣ ଶର୍ମା ଭଳି କାଲାକାର ନଜର ଆସିବେ ।