ETV Bharat / sitara

ପୁଣି ଜମିବ ରାଜକୁମାର-ରଣବୀର ଯୋଡି, ନୂଆ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା

‘ସଞ୍ଜୁ’ ପରେ ପୁଣି ଏକାଠି କାମ କରିବେ ରଣବୀର ଓ ରାଜକୁମାର । ନିର୍ମାତାଙ୍କ ନୂଆ ଆଇଡିଆକୁ ପସନ୍ଦ କରିଛନ୍ତି ରଣବୀର । ଅଧିକ ପଢନ୍ତୁ...

author img

By

Published : Apr 19, 2021, 2:17 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: 2018ରେ ଆସିଥିବା ସୁପରହିଟ୍ ଫିଲ୍ମ ‘ସଞ୍ଜୁ’ ରଣବୀର କପୁରଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ଯାହାକୁ ନିର୍ମାଣ କରିଥିଲେ ରାଜକୁମାର ହିରାନୀ । ଫିଲ୍ମର ପ୍ରଶଂସା ଏଯାବତ କରୁଛନ୍ତି ଫ୍ୟାନ୍ସ । ସେହିପରି ଫିଲ୍ମ ସୁଟିଂ ସମୟରେ ରାଜକୁମାର ଓ ରଣବୀରଙ୍କ ମଧ୍ୟରେ ଶାନଦାର ବଣ୍ଡିଂ ଦେଖିବାକୁ ମିଳିଥିଲା । ଇତିମଧ୍ୟରେ ଦୁଇଜଣଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି ।

ଚର୍ଚ୍ଚା ଜୋର ଧରିଛି ଯେ ଏହି ଯୋଡି ପୁଣି ଏକାଠି କାମ କରିବାକୁ ଯାଉଛନ୍ତି । ଏକ ରିପୋର୍ଟ ଅନୁଯାୟୀ ଏଥର ମଧ୍ୟ ରାଜକୁମାରଙ୍କ ଆଇଡିଆ ରଣବୀରଙ୍କୁ ଖୁବ୍ ପସନ୍ଦ ଆସିଛି । ଯାହା ପାଇଁ ସେ ରାଜି ମଧ୍ୟ ହୋଇସାରିଛନ୍ତି ।

ଖାଲି ଏତିକି ନୁହେଁ ରିପୋର୍ଟରେ କୁହାଯାଇଛି ଯେ ଶାହରୁଖ ଖାନଙ୍କ ପ୍ରଜେକ୍ଟରୁ ଫ୍ରି ହେଲା ପରେ ରଣବୀରଙ୍କ ସହ ଏହି ନୂଆ ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରି ରାଜକୁମାର । ଯାହାର ସ୍କ୍ରପ୍ଟ ଓରିଜନାଲ ‘ପିକେ’ର ସିକ୍ବେଲ ନୁହେଁ ବୋଲି ସୂତ୍ରରୁ ଜଣାପଡିଛି । ହେଲେ ଫିଲ୍ମକୁ ନେଇ ଏଯାବତ ଅଧିକ ଖୁଲାସା ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.