ମୁମ୍ବାଇ: କମେଡି କିଙ୍ଗ ଭାବରେ ଜଣାଶୁଣା କପିଲ ଶର୍ମା ପୁଣି ଥରେ ଲୋକଙ୍କ ପ୍ରଶଂସା ପାଇବାରେ ଲାଗିଛନ୍ତି । ହେଲେ ଏଥର କପିଲ ତାଙ୍କର କୌଣସି କମେଡି ପଞ୍ଚ ପାଇଁ ନୁହେଁ ବରଂ ସେ ନିଜ ପୁଅ ପାଇଁ ବାଛିଥିବା ନାମ ଯୋଗୁଁ ପ୍ରଶଂସା ପାଉଛନ୍ତି । ଗତ ଫେବୃଆରୀରେ କପିଲ ଦ୍ବିତୀୟ ଥର ପିତା ସାଜିଥିଲେ। ତାଙ୍କ ପତ୍ନୀ ଗିନ୍ନି ଚତରଥ ବେବି ବୟକୁ ଜନ୍ମ ଦେଇଥିଲେ । ଏବେ କପିଲ ଓ ଗିନ୍ନି ପୁଅର ନାମକରଣ କରିଛନ୍ତି ।
କଥାଟି ହେଲା ଯେ ନିକଟରେ କପିଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଗାୟିକା ନିତି ମୋହନ ପୁଅର ନାମ ପଚାରିଥିଲେ । ଯାହା ପରେ କପିଲ ସୋସିଆଲ ମିଡିଆରେ ପୁଅର ନାମ ଖୁଲାସା କରିଥିଲେ । ତେବେ କପିଲ ପୁଅର ନାମ ତ୍ରିଶାନ ରଖିଛନ୍ତି ।
ଯାହାର ଦୁଇଟି ଅର୍ଥ ରହିଛି । ତ୍ରିଶାନର ପ୍ରଥମ ଅର୍ଥ ହେଲା ଆନନ୍ଦର ରାଜା(King of joy) ଏବଂ ଦ୍ବିତୀୟ ଅର୍ଥ ହେଲା ବିଜୟ ହାସିଲ କରିବା ।