ମୁମ୍ବାଇ: ଫେମସ ବେଲି ଡାନ୍ସର ନୋରା ଫତେହି ବର୍ତ୍ତମାନ ବଲିଉଡର ଲୋକପ୍ରିୟ ଆଇଟମ ଗାର୍ଲ ସାଜିଛନ୍ତି । ଫିଲ୍ମଠୁ ଅଧିକା ତାଙ୍କ ମ୍ୟୁଜିକ ଭିଡିଓର ପ୍ରଶଂସା କରୁଛନ୍ତି ସମସ୍ତେ । ନିଜ ଅନ୍ଦାଜରେ ସବୁବେଳେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ନୋରା ଆଜି 29 ବର୍ଷରେ ପାଦ ଥାପିଛନ୍ତି । ବିଦେଶୀ ଅଭିନେତ୍ରୀ ରୂପେ ବଲିଉଡରେ ଏଣ୍ଟ୍ରି କରିଥିବା ନୋରା ବହୁତ କମ୍ ସମୟରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ କରିବାରେ ସଫଳ ହୋଇଛନ୍ତି । ଆଉ ଗୋଟିଏ ପରେ ଗୋଟିଏ ଦେଇଚାଲିଛନ୍ତି ସୁପରଡୁପର ହିଟ୍ ମ୍ୟୁଜିକ ଭିଡିଓ ।
ସେହିପରି ନିକଟରେ ରିଲିଜ ହୋଇଥିବା ତାଙ୍କ ନୂଆ ମ୍ୟୁଜିକ ଭିଡିଓ ‘ଛୋଡ୍ ଦେଙ୍ଗେ’ ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇଯାଇଛି । ରିଲିଜର ଦୁଇ ଦିନ ମଧ୍ୟରେ 25 ମିଲିୟନରୁ ଅଧିକ ଭ୍ୟୁ ମିଳିସାରିଲାଣି । ଯାହା ଜରିଆରେ ତାଙ୍କୁ ମିଳିଛି ବଡ ସଫଳତା ।
ସବୁଠୁ ପ୍ରଶଂସାରେ ବର୍ତ୍ତମାନ ଭିଡିଓରେ ନୋରାଙ୍କ ଲୁକ୍ର କରାଯାଉଛି । କାରଣ ତାଙ୍କ ଆଉଟଫିଟ୍ଠୁ ନେଇ ତାଙ୍କ ମୁହଁର ଏକ୍ସପ୍ରେସନ ସମସ୍ତଙ୍କୁ କରୁଛି ଦିୱାନା ।
ପ୍ରକାଶ ଥାଉକି ନୋରାଙ୍କ ଜନ୍ମ କାନାଡାରେ 1992 ଫେବୃଆରୀ 6ରେ ହୋଇଥିଲା । ସେ ହିନ୍ଦୀ ଫିଲ୍ମ ବ୍ୟତୀତ ତେଲୁଗୁ, ତାମିଲ ଫିଲ୍ମରେ ମଧ୍ୟ ସକ୍ରିୟ ଅଛନ୍ତି । ନୋରା ହିନ୍ଦୀ ଫିଲ୍ମ ‘ଟାଇଗର୍ସ ଅଫ ଦ ସୁନ୍ଦରବନ୍ସ’ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ । ଏହାପରେ ସେ ତେଲୁଗୁ ଫିଲ୍ମ ‘କିକ 2’ ଏବଂ ଓ ‘ବାହୁବଳୀ’ରେ ମଧ୍ୟ ନଜର ଆସିସାରିଛନ୍ତି । ଫିଲ୍ମ ବ୍ୟତୀତ ସେ ‘ପଛତାଓଗେ’ ଏବଂ ଓ ‘ପେପେଟା’ରେ ମଧ୍ୟ ଅଭିନୟ କରିସାରିଛନ୍ତି ।
- " class="align-text-top noRightClick twitterSection" data="">