ମୁମ୍ବାଇ: ଏଥର ଜାସୁସ ସାଜିବେ ଲୋକପ୍ରିୟ ଅଭିନେତ୍ରୀ ରାଧିକା ଆପ୍ଟେ । ସେ ଆଗାମୀ ଫିଲ୍ମ ‘ମିସେସ୍ ଅଣ୍ଡରକଭର’ ଫିଲ୍ମରେ ନଜର ଆସିବେ । ଯେଉଁଥିରେ ସେ ଜଣେ ଜାସୁସ ମହିଳା ଅବତରାରେ ଦେଖାଯିବେ । ରବିବାର ନିର୍ମାତା ଏହାର ଘୋଷଣା କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଥିଲେ । ‘ଇନ୍ଦୁ କି ଜୱାନୀ’ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା ନିର୍ଦ୍ଦେଶକ ଅବୀର ସେନଗୁପ୍ତା ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ।
ସେହିପରି ଏହି ଫିଲ୍ମ ସହ ଲେଖକ, ‘ନିର୍ମାତା ଅନୁଶ୍ରୀ ମେହତା ନିର୍ଦ୍ଦେଶନା କ୍ଷେତ୍ରରେ ପଦାର୍ପଣ କରିବେ । ଆଉ ରାଧିକାଙ୍କ ସହ ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖାଯିବେ ଡିଜିଟାଲ ପ୍ଲାଟଫର୍ମର ଫେମସ ଆକ୍ଟର ସୁମୀତ ବ୍ୟାସ ।
ଏହି ଅବସରରେ ଆପ୍ଟେ କହିଛନ୍ତି, ‘ ଯେତେବେଳେ ମେହତା ଏହି ଫିଲ୍ମର ପଟକଥା ସହ ମତେ ସମ୍ପର୍କ କରିଥିଲେ, ସେହି ସମୟରେ ମୁଁ ଏହି କାହାଣୀର ନୂଆ ଅଧାୟକୁ ନେଇ ଖୁସି ହୋଇଯାଇଥିଲି ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ଫିଲ୍ମର ଏକ ମୋଶନ ପୋଷ୍ଟର ମଧ୍ୟ ଜାରି ହୋଇଯାଇଛି । ଯେଉଁଥିରେ ରାଧିକା ପ୍ରଥମେ ସମସ୍ତଙ୍କୁ ହୋଲିର ଶୁଭେଚ୍ଛା ଜଣାଉଥିବାର ଦେଖାଯାଉଛନ୍ତି । ଆଉ ଏହାପରେ ସେ ବୋହୂ ବେଶ ହୋଇ ଅଣ୍ଟାରେ ବନ୍ଧୁକ ରଖିଥିବାର ନଜର ଆସୁଛନ୍ତି । ଯାହାର କ୍ୟାପସନରେ ଲେଖିଛନ୍ତି, ‘ଇଣ୍ଡିଆନ ହାଉସ୍ ୱାଇଫ୍ ୱିଥ୍ ଏ ଗନ୍ ଇଜ୍ ୱାନ୍ ଡେଡଲି କମ୍ପିନେସନ । ନୁହେଁ କି ।’