ETV Bharat / sitara

ସୁଟିଂ ସେଟରେ ଆହତ ହେଲେ ନୁସରତ - ନୁସରତ ଭରୁଚାଙ୍କ ଫଟୋ ଭାଇରାଲ

ବର୍ତ୍ତମାନ ଅସୁସ୍ଥ ଅଛନ୍ତି ନୁସରତ । ଦୀର୍ଘ ସମୟ ପରେ କାମକୁ ଫେରି ପ୍ରଥମ ଦିନରେ ଆହତ ହୋଇଛନ୍ତି ସେ। ଯାହାକୁ ନେଇ ନିରାଶ ତାଙ୍କ ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୁସରତ ଭରୁଚା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୁସରତ ଭରୁଚା
author img

By

Published : Oct 17, 2020, 3:04 PM IST

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ନୁସରତ ଭରୁଚା ଲକଡାଉନ ପରେ ନିଜ କାମକୁ ଫେରିଛନ୍ତି । ହେଲେ ଇତିମଧ୍ୟରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । କାରଣ ଶୁଣିବାକୁ ମିଳୁଛି ସୁଟିଂ ସେଟରେ ଆହତ ହୋଇଛନ୍ତି ସେ । ଏହାର ସୂଚନା ସେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇଛନ୍ତି ।

ଇନଷ୍ଟାଗ୍ରାମ ଷ୍ଟୋରିରେ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘କାମକୁ ଫେରି ପ୍ରଥମ ଦିନରେ ଆହତ।’ ଫଟୋରେ ଦେଖିବାକୁ ମିଳୁଛି ନୁସରତ ୱାର୍କଆଉଟ କରୁଥିବାର। ଆଉ ତାଙ୍କ ଅଣ୍ଟାରେ ବ୍ୟାଣ୍ଡେଜ ଲାଗିଛି ।

ପ୍ରକାଶ ଥାଉକି କମେଡି ଡ୍ରାମା ଫିଲ୍ମ ‘ପ୍ୟାର କା ପଞ୍ଚନାମା’ର ଦୁଇଟି ପାର୍ଟରେ ଶାନଦାର ଅଭିନୟ କରି ବଲିଉଡର ପପୁଲାର ହିରୋଇନ ସାଜିଛନ୍ତି । ଏହାବ୍ୟତୀତ ସେ ‘ସୋନୁ କେ ଟିଟୁ କି ସ୍ବିଟି’ ଓ ‘ଡ୍ରିମ ଗାର୍ଲ’ ଭଳି ଫିଲ୍ମରେ ମଧ୍ୟ ଜବରଦସ୍ତ ଅଭିନୟ କରିସାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.