ମୁମ୍ବାଇ: ଫିଲ୍ମ ବ୍ୟତୀତ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ସୁନ୍ଦରୀ ଅଭିନେତ୍ରୀ କିର୍ତ୍ତୀ ସାନନ ଏବେ ନୂଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ । ହେଲେ ଏଥର ସେ ନିଜର କୌଣସି ଫନି ଭିଡିଓ ସେୟାର କରିନାହାଁନ୍ତି ବରଂ ବୋଲ୍ଡ ଫଟୋ ସହ ଲେଖିଛନ୍ତି କବିତା । ସେହିପରି ଲକଡାଉନ ସମୟରେ ସେ ଫ୍ୟାନ୍ସଙ୍କୁ ନିଜର ଏହି ଦକ୍ଷତା ବିଷୟରେ ଜଣାଇଥିଲେ । ଆଉ ଅନେକ କବିତା ମଧ୍ୟ ଶୁଣାଇଥିଲେ ।
ରବିବାର ଇନଷ୍ଟାଗ୍ରାମରେ ସେ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ, ହଗ୍ ମିଂ ଲାଇକ ଦ ୱିଣ୍ଡ ଡଜ୍, ହିଲିଂ ମାଇଁ ହାର୍ଟ, କ୍ଲମିଂ ମାଇଁ ସୋଲ୍, ହ୍ବାଇଲ ଇଟ୍ସ ରାପ୍ସ ଏଭ୍ରି ଇଞ୍ଚ୍ ଅଫ ମିଂ । ସେହିପରି ଏହି ଫଟୋରେ ତାଙ୍କ ବୋଲ୍ଡ ଅବତାର ଦେଖି ଫିଦା ଫ୍ୟାନ୍ସ । ହ୍ବାଇଟ ଆଉଟଫିଟ୍ରେ ତାଙ୍କର ଆକର୍ଷଣୀ ରୂପେ ଦେଖିବାକୁ ମିଳୁଛି । ଆପଣ ବି ଦେଖନ୍ତୁ ଫଟୋ...
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି କିଛି ଦିନରୁ ଏହି ଚର୍ଚ୍ଚା ଜୋର ଧରିଛି ଯେ ସେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ଆଦିପୁରୁଷ’ରେ ନଜର ଆସିବେ । ସେ ପ୍ରଭାସଙ୍କ ସୀତା ସାଜିବାକୁ ଯାଉଥିବା ବେଳେ ବି-ଟାଉନକ ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ରାବଣ ଅବତାର ଦେଖିବାକୁ ମିଳିବ । ଏହି ପିରିୟଡ ଡ୍ରାମା ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ‘ତାନାଜୀ’ର ନିର୍ଦ୍ଦେଶକ ଓମ ରାଉତ ।