ETV Bharat / sitara

କାମକୁ ଫେରିବା ନେଇ ଖୁସି କ୍ୟାଟ, ଭାଇରାଲ ଫଟୋ

author img

By

Published : Nov 5, 2020, 3:36 PM IST

ପୁଣି ଚର୍ଚ୍ଚାରେ କ୍ୟାଟ୍ରିନା । ଅନେକ ଦିନ ପରେ ନିଜ କାମକୁ ଫେରିଛନ୍ତି ସେ । ଫିଲ୍ମ ଫୋନ ଭୂତରେ ଖୁବଶୀଘ୍ର ଆସିବେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବି-ଟାଉନର ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ କୋରୋନା ଭାଇରସ ପାଇଁ ଦୀର୍ଘ ସମୟରୁ ଘରେ ଥିଲେ । ହେଲେ ଏବେ ସେ କାମକୁ ଫେରିଛନ୍ତି । ଯାହାକୁ ନେଇ ତାଙ୍କ ଖୁସି ନ କହିଲେ ସରେ । ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରି ଫ୍ୟାନ୍ସଙ୍କ ସହ ବାଣ୍ଟିଛନ୍ତି ଏହି ଖୁସି ।

ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ‘ମୁଡ । ସବୁବେଳେ ନିଜ ଟିମ ସହ କାମକୁ ଫେରି ଖୁସି ମିଳିଥାଏ ।’

ପ୍ରକାଶ ଥାଉକି କ୍ୟାଟ ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଆକ୍ସନଭରା ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ନଜର ଆସିବେ । ଫିଲ୍ମରେ ସେ ଖିଲାଡି ଅକ୍ଷୟ କୁମାରଙ୍କ ସହ ରୋମାନ୍ସ କରୁଥିବାର ଦେଖାଯିବେ । ଏହା ବ୍ୟତୀତ ସେ ସିଦ୍ଧାନ୍ତ ଚତୁର୍ବେଦୀ ଓ ଈଶାନ ଖଟ୍ଟରଙ୍କ ‘ଫୋନ ଭୂତ’ରେ ମଧ୍ୟ ଅଭିନୟ କରୁଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.