ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ସୁସାଇଡ ମାମଲାରେ ବି-ଟାଉନର କୁଇନ କଙ୍ଗନା ରଣାୱତ କ୍ରମାଗତ ଭାବେ ନିଜ ପ୍ରତିକ୍ରିୟା ଦେଇଆସୁଛନ୍ତି । ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସେ ପୁରା ଦେଶବାସୀଙ୍କ ସହ ଏକଜୁଟ ହୋଇଛନ୍ତି । ଏବେ କଙ୍ଗନାଙ୍କୁ ସୋସିଆଲ ମିଡିଆ ପାୱାରର ଅନ୍ଦାଜା ହୋଇଛି । ଯାହାକୁ ଆଧାର କରି ସେ ଟ୍ବିଟର ଜଏନ କରିଛନ୍ତି । ଏହି ମାମଲାରେ ସେ ସେ ଶୁକ୍ରବାର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ମନ କଥା ବଖାଣିଛନ୍ତି ।
ସେ ଭିଡିଓରେ କହିଛନ୍ତି, ‘ନମସ୍କାର ବନ୍ଧୁ 15 ବର୍ଷ ହୋଇଗଲାଣି ମୁଁ ଫିଲ୍ମରେ କାମ କରୁଛି । ଆଇ ଏହି 15 ବର୍ଷରେ ଏମିତି ଅନେକ ଅବସରର ଆସିଛି, ଯେବେ ମୋ ଉପରେ ବହୁତ ପ୍ରେସର ରହିଥିଲା କି ମତେ ସୋସିଆଲ ମିଡିଆ ଜଏନ କରିବାକୁ ପଡିବ। ଏଜେଣ୍ଟ ଏହା ଜାଣିଛନ୍ତି, ବ୍ରାଣ୍ଡସ ମଧ୍ୟ ଜାଣିଛନ୍ତି ଯେବେ କୋଟି କୋଟି ଟଙ୍କାର ଡିଲ ମିଳିଥିଲା ସୋସିଆଲ ମିଡିଆରେ ସାମିଲ ହେବାକୁ । ହେଲେ ମୁଁ ଏହି ଡିଲ୍ସ ଛାଡି ଦେଇଥିଲି । ଲୋକ ମତେ କହିଲେ କି ମୁଁ ଡାହାଣୀ ମୋ ପାଦ ଓଲଟା । ତଥାପି ମୁଁ ସୋସିଆଲ ମିଡିଆରେ କେବେ ଆସିଲିନାହିଁ । କାରଣ ମତେ ମୋ ଫ୍ୟାନ୍ସଙ୍କଠୁ କେବେ ଦୂରତା ଅନୁଭବ ହୋଇନଥିଲା । ମୁଁ ଅନୁଭବ କଲି ଯେ ଯଦି ମତେ କିଛି କହିବାକୁ ପଡିବ ତେବେ ମୁଁ ଏହାକୁ ଏକ ଅର୍ଦ୍ଧ ବିକାଶ ଢଙ୍ଗରେ କାହିଁକି କହିବି । ମୁଁ ଫିଲ୍ମ ମାଧ୍ୟମରେ ମହିଳା ସଶକ୍ତିକରଣ ବିଷୟରେ ବହୁତ କିଛି କହିଛି । ହେଲେ ଏବେ ମୁଁ ସୋସିଆଲ ମିଡିଆର ପାୱାର ବିଷୟରେ ବୁଝିପାରିଛି । ମୁଁ ଦେଖିବାକୁ ପାଇଲି କିପରି ପୁରା ବିଶ୍ବ ଏକାଠି ହୋଇଯାଇଛି । ଆମେ ସମସ୍ତେ ଏକାଠି ସୁଶାନ୍ତଙ୍କ ପାଇଁ ଲଢିଲୁ ଆଉ ସଫଳତା ମଧ୍ୟ ପାଇଲୁ । ଏହା ମତେ ବହୁତ ଆଶା ଯୋଗାଇଛି । ଏଥିପାଇଁ ମୁ ଏହି ମାସରେ ପ୍ରଥମଥର ପାଇଁ ସୋସିଆଲ ମିଡିଆରେ ପାଦ ଥାପିଛି । ପ୍ରଥମଥର ଟ୍ବିଟରରେ ଆସିଲି ଯାହାକୁ ନେଇ ମୁଁ ବହୁତ ଉତ୍ସାହିତ।’
-
This is for my twitter family 🥰🙏 pic.twitter.com/KGdJPPWrQ1
— Kangana Ranaut (@KanganaTeam) August 21, 2020 " class="align-text-top noRightClick twitterSection" data="
">This is for my twitter family 🥰🙏 pic.twitter.com/KGdJPPWrQ1
— Kangana Ranaut (@KanganaTeam) August 21, 2020This is for my twitter family 🥰🙏 pic.twitter.com/KGdJPPWrQ1
— Kangana Ranaut (@KanganaTeam) August 21, 2020
ପ୍ରକାଶ ଥାଇକି ପୂର୍ବରୁ କଙ୍ଗନାଙ୍କ ଡିଜିଟାଲ ଟିମ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଦାୟିତ୍ବ ତୁଲାଇଥିଲେ । ତାଙ୍କୁ ଯାହା ମଧ୍ୟ କହିବାର ଥାଏ ତାଙ୍କ ସୋସିଆଲ ମିଡିଆ ଟିମ ପୋଷ୍ଟ କରନ୍ତି । ହେଲେ ଏବେ ସେ ଟ୍ବିଟରରେ ଆକାଉଣ୍ଟ ଖୋଲିଛନ୍ତି ।