ETV Bharat / sitara

ଫାଇଟ୍ ମୁଡରେ ଉଦ୍ଧବ-କଙ୍ଗନା ! - ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ନ୍ୟୁଜ

ବଢିଚାଲିଛି କଙ୍ଗନା ଓ ଉଦ୍ଧବଙ୍କ ବାକ୍ ଯୁଦ୍ଧ । ପରସ୍ପରର ବୟାନକୁ କାଟିବାରେ ଲାଗିଛନ୍ତି ଏହି ଦୁଇଜଣ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Oct 26, 2020, 11:24 AM IST

ମୁମ୍ବାଇ: ଚୁପ ହେବାର ନାଁ ନେଉନାହାଁନ୍ତି କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱତ । କିଛି ନା କିଛି କହି ବିବାଦ ଘେରରେ ସବୁବେଳେ ସେ । ଗତ 6 ମାସରୁ ବଲିଉଡ ଠୁ ନେଇ ମହାରାଷ୍ଟ୍ର ସରକାରଙ୍କ ଉପରେ ବୟାନବାଜି କରିଆସୁଛନ୍ତି । ରବିବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତାଙ୍କୁ ନେଇ ପ୍ରତିକ୍ରିୟା ରଖିଥିଲେ । ଆଉ ଏହି କଥା ସାମ୍ନାକୁ ଆସିବା ପରେ କଙ୍ଗନା ମଧ୍ୟ ଟ୍ବିଟ କରି ଶୁଣାଇଛନ୍ତି କଟୁ କଥା ।

ଆଉ ଲେଖିଛନ୍ତି, ‘ଜଣେ ସିଏମଙ୍କ ସାହସ ଦେଖ ଯିଏ ଦେଶକୁ ପୃଥକ ପୃଥକ କରୁଛନ୍ତି । ଯେଉଁମାନେ ତାଙ୍କୁ ମହାରାଷ୍ଟ୍ରର ଠିକାଦାର କରିଛନ୍ତି । ସେ ଜଣେ କେବଳ ଲୋକଙ୍କ ସେବକ । ଏହାପୂର୍ବରୁ ସେ ଆଉ କିଛି ଥିଲେ । ସେ ଖୁବଶୀଘ୍ର ଏହି ପଦରୁ ଉଠିବେ ଆଉ ଅନ୍ୟ ବ୍ୟକ୍ତି କେହି ତାଙ୍କ ସ୍ଥାନକୁ ନେବ। ମହାରାଷ୍ଟ୍ର ମାଲିକ ପରି ସେ ବ୍ୟବହାର କରୁଛନ୍ତି।’

  • Look at the audacity of a working CM he is dividing the country who has made him Maharashtra ka thekedaar? He is just a public servant there was someone else before him soon he will be out someone else will come to serve the state, why is he behaving like he owns Maharashtra?

    — Kangana Ranaut (@KanganaTeam) October 26, 2020 " class="align-text-top noRightClick twitterSection" data=" ">

ଦ୍ବିତୀୟ ଟ୍ବିଟରେ ଲେଖିଛନ୍ତି, ‘ହିମାଚଳର ସୌନ୍ଦର୍ଯ୍ୟ ସବୁ ଭାରତୀୟଙ୍କର। ଏପରି ସୁଯୋଗ ମୁମ୍ବାଇରେ ମଧ୍ୟ ଉପଲବ୍ଧ । ଯାହା ଆମ ସମସ୍ତଙ୍କର। ଦୁଇଟି ସ୍ଥାନ ମୋ ଘର। ଉଦ୍ଧବ ଠାକରେ କଣ ଆପଣ ଆମ ଗଣତନ୍ତ୍ର ଅଧିକାରକୁ ଛଡାଇବା ଏବଂ ବିଭାଜିତ କରିବାକୁ ଚେଷ୍ଟା କରୁଛ। ତୁମ ଅଶ୍ଳୀଳ କଥା ତୁମ ଅକ୍ଷମତାକୁ ଦର୍ଶାଉଛି ।’

  • Just how beauty of Himalayas belongs to every Indian, opportunities that Mumbai offers too belongs to each one of us, both are my homes, Uddhav Thackeray don’t you dare to snatch our democratic rights and divide us, your filthy speeches are a vulgar display of your incompetence..

ପ୍ରକାଶ ଥାଉକି ଦଶହରା ଅବସରରେ ଉଦ୍ଧବ ମୁମ୍ବାଇର ଏକ ଭାଷଣରେ କଙ୍ଗନାଙ୍କୁ ଟାର୍ଗେଟ କରି କହିଥିଲେ, ‘ନ୍ୟାୟ ପାଇଁ ଚିତ୍କାର କରୁଥିବା ମଣିଷ ମୁମ୍ବାଇ ପୋଲିସ ଉପରେ ଅଭିଯୋଗ ଲଗାଇଥିଲେ । ଆଉ ମୁମ୍ବାଇ ପୋଲିସକୁ ପିଓକେ ସହ ତୁଳନା ମଧ୍ୟ କରିଥିଲେ । ସେମାନେ ସବୁ ସ୍ଥାନରେ ଡ୍ରଗ୍ସ, ନିଅନ୍ତି, ଖାଲି ନିଜର ଇମେଜ ଏମିତି କରୁଛନ୍ତି । ସେମାନେ ଜାଣିନାହାଁନ୍ତି ଯେ ଆମେ ତୁଳସୀ ଗଛ ଲଗାଉ ଗଞ୍ଜେଇ ଗଛ ନୁହେଁ । ଗଞ୍ଜେଇ ଚାଷ ତୁମ ରାଜ୍ୟରେ ହୁଏ ମହାରାଷ୍ଟ୍ରରେ ନୁହେଁ । ଲୋକ ଏଠାକୁ ରୋଜଗାର ପାଇଁ ଆସି ମୁମ୍ବାଇକୁ ଅପମାନିତ କରନ୍ତି । ତେଣୁ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପମାନ ଏବଂ ଏହା ତାଙ୍କର ବିଫଳତା। ।’ ମୁମ୍ବାଇ ପୋଲିସକୁ ନେଇ ମୁଁ ସର୍ବଦା ଗର୍ବିତ । ସେଇ ଏକମାତ୍ର ମୁମ୍ବାଇ ପୋଲିସ ଯିଏ ଦୁର୍ଦ୍ଦାନ୍ତ ଆତଙ୍କବାଦୀ କସାବକୁ ଜୀବନ୍ତ ଧରି ଦେଶପ୍ରେମର ପ୍ରମାଣ ଦେଇଥିଲା ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.