ମୁମ୍ବାଇ: ଅନେକ ବାଦବିବାଦ ପରେ ମୁମ୍ବାଇରେ ପହଞ୍ଚିଲେ କଙ୍ଗନା ରଣାୱତ । ମଙ୍ଗଳବାର କଡା ସୁରକ୍ଷା ସହ ସେ ମନାଲିରୁ ମୁମ୍ବାଇ ପାଇଁ ଯାତ୍ରା ଆରମ୍ଭ କରିଥିଲେ । ପ୍ରଥମେ ମଣ୍ଡି ଯାତ୍ରା କରି ମାତା-ପିତାଙ୍କଠୁ ଆଶୀର୍ବାଦ ନେଇଥିଲେ । ତାହାପରେ ଚଣ୍ଡିଗଡରୁ ମୁମ୍ବାଇ ପାଇଁ ଯାତ୍ରା କରିଥିଲେ । ମନାଲିରେ ସୋମବାର ତାଙ୍କ ପ୍ରଥମ କୋରୋନା ଟେଷ୍ଟ କରାଯାଇଥିଲା । ପୁଣି ମଙ୍ଗଳବାର ଦ୍ବିତୀୟଥର ତାଙ୍କ କୋରୋନା ଟେଷ୍ଟ ହୋଇଥିଲା । ଯାହାର ରିପୋର୍ଟ ନେଗେଟିଭ ଆସିଛି ।
ସେହିପରି ବୁଧବାର ବିଏମସି ଦ୍ବାରା ତାଙ୍କ ବାନ୍ଦ୍ରାସ୍ଥିତ ଅଫିସ ଭଙ୍ଗାରୁଜା କରାଯାଇଥିଲା । ଯାହା ଉପରେ ଏବେ ବମ୍ବେ ହାଇକୋର୍ଟ ରୋକ ଲଗାଇ ଦେଇଛନ୍ତି ।
ପ୍ରକାଶ ଥାଉକି ଶିବସେନା ନେତା ସଞ୍ଜୟ ରାଉତଙ୍କ ସହ କଙ୍ଗନାଙ୍କ କଡା ଟକ୍କର ହେବା ପରେ କେନ୍ଦ୍ର ତରଫରୁ ତାଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯିବାର ଘୋଷଣା କରାଯାଇଥିଲା । ଲକଡାଉନ ସମୟରୁ କଙ୍ଗନା ନିଜ ମନାଲି ଘରେ ରହିଆସୁଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ