ETV Bharat / sitara

ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ କଙ୍ଗନା - ବିଏମସି ବିରୁଦ୍ଧରେ କଙ୍ଗନା ରଣାୱତ

ବିଏମସି ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ କଙ୍ଗନା ରଣାୱତ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Dec 3, 2020, 9:47 AM IST

ମୁମ୍ବାଇ: ବଲିଉଡର କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱତ ଏବେ ନିଜ ଆଗାମୀ ଫିଲ୍ମ ‘ଥଲାଇଭି’ ସୁଟିଂରେ ବ୍ୟସ୍ତ । ନିକଟରେ ବିଏମସି ଦ୍ବାରା ତାଙ୍କ ଅଫିସ ଭଙ୍ଗାରୁଜା ମାମଲାରେ ବମ୍ବେ ହାଇକୋର୍ଟ ତରଫରୁ ତାଙ୍କୁ ଆଶ୍ବସ୍ତି ମିଳିଥିଲା । ବେଆଇନ ନିର୍ମାଣକୁ ଦର୍ଶାଇ ନାଗରିକ ସଂଗଠନ ସେପ୍ଟେମ୍ବର 9ରେ ଅଭିନେତ୍ରୀଙ୍କ ଅଫିସ କାର୍ଯ୍ୟାଳୟର କିଛି ଅଂଶ ଭାଙ୍ଗି ଦେଇଥିଲା ।

ଯାହା ବିରୋଧରେ କଙ୍ଗନାଙ୍କ ହାଇକୋର୍ଟ ଦ୍ବାରସ୍ଥ ହୋଇଥିଲେ । ଆଉ ଏହାର ଶୁଣାଣିରେ କଙ୍ଗନାଙ୍କ ସପକ୍ଷରେ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ । ଏବେ ତାଙ୍କୁ ମୋଟା ଅଙ୍କ ଗଣିବ ବିଏମସି । ଏହି ମାମଲାରେ ଏବେ କଙ୍ଗନା ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

କଙ୍ଗନା ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛନ୍ତି ଯେ, ତାଙ୍କ ପକ୍ଷ ଶୁଣିବା ପରେ ମାମଲା ବିଚାର କରାଯାଉ ।

ପ୍ରକାଶ ଥାଉକି ନଭେମ୍ବର 27ରେ, ବମ୍ବେ ହାଇକୋର୍ଟ ବିଏମସି ଦ୍ବାରା ବାନ୍ଦ୍ରାସ୍ଥିତ କଙ୍ଗନାଙ୍କ ଅଫିସ ଭଙ୍ଗାରୁଜା ମାମଲା ପାଇଁ ଜାରି କରାଯାଇଥିବା ସେପ୍ଟେମ୍ବର 9ର ଆଦେଶକୁ ଖଣ୍ଡନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.