ETV Bharat / sitara

‘ରିଆଙ୍କୁ କ୍ଷମା ମାଗିବା ଦରକାର’

author img

By

Published : Oct 8, 2020, 9:30 PM IST

ଟ୍ବିଟକୁ ନେଇ ଚର୍ଚ୍ଚାରେ ହୁମା । ରିଆଙ୍କ ସମର୍ଥନରେ ସାମ୍ନାକୁ ଆସିଛନ୍ତି ସେ। ଆଉ କହିଛନ୍ତି ରିଆଙ୍କୁ ବଦନାମ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବା ଦରକାର।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବୁଧବାର ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଜାମିନ ଖବର ସାମ୍ନାକୁ ଆସିବା ମାତ୍ରେ ସୋସିଆଲ ମିଡିଆରେ ତାଙ୍କ ସମର୍ଥନ କରୁଥିବା ଲୋକଙ୍କ ଖୁସି ଦେଖିବାକୁ ମିଳିଥିଲା । ଏହାସହ ତାଙ୍କୁ ବଦନାମ କରୁଥିବା ଲୋକଙ୍କ ଉପରେ କ୍ରୋଧିତ ନଜର ଆସିଛନ୍ତି ତାଙ୍କ ସମର୍ଥକ । ଏଥିରେ ସାମିଲ ଅଛନ୍ତି ଅନେକ ସେଲିବ୍ରିଟି । ପାଖାପାଖି ଏକ ମାସ ଜେଲରେ ରହିବା ପରେ ରିଆଙ୍କ ଜାମିନ ମଞ୍ଜୁରୀ କରିଥିଲେ ବମ୍ବେ ହାଇକୋର୍ଟ । ଏହି ଖୁସିରେ ରିଆଙ୍କୁ ସମର୍ଥନ କରି ଏବେ ଟ୍ବିଟ କରିଛନ୍ତି ଫେମସ ଅଭିନେତ୍ରୀ ହୁମା କୁରୈଶୀ ।

  • Everyone owes #RheaChakraborty an apology .. And there must be an investigation into people who started these murder conspiracy theories .. Shame on you for destroying a girl and her family’s life for your agendas @Tweet2Rhea

    — Huma S Qureshi (@humasqureshi) October 7, 2020 " class="align-text-top noRightClick twitterSection" data=" ">

ଖାଲି ଏତିକି ନୁହେଁ ବର୍ତ୍ତମାନ ସେ ଚାହୁଁଛନ୍ତି ଯେଉଁମାନେ ରିଆଙ୍କୁ ବଦନାମ କରିଥିଲେ ସେମାନେ ତାଙ୍କୁ କ୍ଷମା ମାଗନ୍ତୁ । ତାଙ୍କ ଅନୁଯାୟୀ ଯେଉଁ ଲୋକ ସୁଶାନ୍ତ ସିଂ ରାଜପୁତଙ୍କ ମର୍ଡର କଥାକୁ ପ୍ରଚାର କରିଥିଲେ ସେମାନଙ୍କ ବିରୋଧରେ ଆଇନ କାର୍ଯ୍ୟନୁଷ୍ଠାନ ନିଆଯିବା କଥା ।

ସେହିପରି ସେ ଟ୍ବିଟରେ ଲେଖିଛନ୍ତି, ‘ରିଆଙ୍କୁ ସମସ୍ତେ କ୍ଷମା ମାଗିବା ଦରକାର। ସେହି ଲୋକଙ୍କ ଯାଞ୍ଚ ହେବା ଦରକାର ଯେଉଁମାନେ ସୁଶାନ୍ତଙ୍କ ମର୍ଡର କଥା ପ୍ରଚାର କରିଥିଲେ । ଲଜ୍ଜ୍ୟ ଲାଗିବା କଥା ଜଣେ ଝିଅ ଓ ତାଙ୍କ ପରିବାରକୁ ନିଜ ବ୍ୟକ୍ତିଗତ ଏଜେଣ୍ଡା ପାଇଁ ବଦନାମ କରିଥିବାରୁ ।’ ବର୍ତ୍ତମାନ ହୁମାଙ୍କ ଏହି ପୋଷ୍ଟ ଖୁବ୍ ଭାଇରଲ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.