ETV Bharat / sitara

ୟଶରାଜ ଫିଲ୍ମସର ଆଗାମୀ କମେଡି ଫିଲ୍ମରେ ବିକ୍କୀ - ୟଶରାଜ ଫିଲ୍ମସର ଆଗାମୀ କମେଡି ଫିଲ୍ମରେ ବିକ୍କୀ

ଏଥର କମେଡି ଅନ୍ଦାଜ ନେଇ ପରଦାକୁ ଫେରିବେ ବିକ୍କୀ କୌଶଲ । ସେ ଖୁବଶୀଘ୍ର ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ଆଗାମୀ ଫିଲ୍ମରେ ଦେଖାଯିବେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିକ୍କୀ କୌଶଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିକ୍କୀ କୌଶଲ
author img

By

Published : Aug 13, 2020, 3:39 PM IST

ମୁମ୍ବାଇ: ଉରି ଫେମସ ବିକ୍କୀ କୌଶଲଙ୍କ ଆଗାମୀ ଫିଲ୍ମକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି । ଲକଡାଉନ ସମୟରେ ସେ ୟଶରାଜ ଫିଲ୍ମସର ଅପକମିଂ ଫିଲ୍ମରେ ସାଇନ କରିଥିଲେ । ଯାହାକୁ ନେଇ ଖୁସି ତାଙ୍କ ଫ୍ୟାନ୍ସ । ସେପଟେ ବିକ୍କୀ ନିଜ ଅନ୍ୟ ଫିଲ୍ମ ସହ ଏହି ଫିଲ୍ମର ପ୍ରସ୍ତୁତ ଏବେଠୁ ଆରମ୍ଭ କରିଦେଇଛନ୍ତି । ଏହି ଫିଲ୍ମର କଥାବାର୍ତ୍ତା ପାଇଁ ସେ ୟଶରାଜ ଷ୍ଟୁଡିଓ ପହଞ୍ଚି ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ସହ ସାକ୍ଷାତ କରିଥିଲେ ।

ହେଲେ କୋରୋନା ପ୍ରକୋପ ପାଇଁ ବର୍ତ୍ତମାନ ୟଶରାଜ ଫିଲ୍ମସ ନିଜ ଫିଲ୍ମର ଘୋଷଣା ସ୍ଥଗିତ ରଖିଛି । ଯେଉଁଥିରେ ବିକ୍କୀଙ୍କ ଏହି କମେଡି ଫିଲ୍ମ ମଧ୍ୟ ସାମିଲ ଅଛି । ଶୁଣିବାକୁ ମିଳୁଛି ମେକର୍ସ ଖୁବଶୀଘ୍ର ପରିସ୍ଥିତିକୁ ଦୃଷ୍ଟିରେ ରଖି ଫିଲ୍ମର ଘୋଷଣା କରିବେ ।

ପ୍ରକାଶ ଥାଉକି ଫିଲ୍ମର ସୁଟିଂ ବିକ୍କୀ ଅକ୍ଟୋବରରେ ଆରମ୍ଭ କରିବେ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ କ୍ରିଷ୍ଣା ଆଚାର୍ଯ୍ୟ । ଯିଏ ୟଶରାଜ ବ୍ୟାନର ଫିଲ୍ମ ଟଶନ, ଧୁମ 3 ଓ ଠଗ୍ସ ଅଫ ହିନ୍ଦୋସ୍ତାନ ଭଳି ଫିଲ୍ମର ନିର୍ଦ୍ଦେଶନା କରିଥିଲେ । ସେ ପ୍ରଥମଥର କମେଡି ଫିଲ୍ମର ନିର୍ଦ୍ଦେଶନା କରିବେ । କାରଣ ସେ ସବୁବେଳେ ଆକ୍ସନ ଫିଲ୍ମର ନିର୍ଦ୍ଦେଶନା କରିଥିଲେ । ତାଙ୍କୁ କମେଡି ଫିଲ୍ମର ନିର୍ଦ୍ଦେଶନା କରିବାକୁ ଆଦିତ୍ୟ ପରାର୍ମଶ ହେଇଛନ୍ତି ବୋଲି ଶୁଣିବାକୁ ମିଳୁଛି।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.