ETV Bharat / sitara

ୟଶରାଜଙ୍କ କ୍ଲାସିକ ଡ୍ରାମା ଫିଲ୍ମ ‘ଧର୍ମପୁତ୍ର’ ରିମେକରେ ବିକ୍କୀ-ମାନୁଷୀ

author img

By

Published : Nov 3, 2020, 3:05 PM IST

1961ର ସୁପରହିଟ୍ ଫିଲ୍ମ ଧର୍ମପୁତ୍ରକୁ ନେଇ ଚର୍ଚ୍ଚା । ବିଜୟ କ୍ରିଷ୍ଣା ଆଣିବେ ଏହାର ରିମେକ । ମୁଖ୍ୟ ଭୂମିକାରେ ବିକ୍କୀ ଓ ମାନୁଷୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବଲିଉଡର ପପୁଲାର ପ୍ରଡକ୍ସନ କମ୍ପାନୀ ୟଶରାଜ ଫିଲ୍ମସ ପ୍ରତିଷ୍ଠାକୁ 50 ବର୍ଷ ପୂରଣ ହେବାକୁ ଯାଉଛି । କୋରୋନା ସଙ୍କଟ ପାଇଁ ଏହାର ସେଲିବ୍ରେଶନ ଧୁମଧାମରେ କରିପାରିବେ ନାହିଁ ମାଲିକ ଆଦିତ୍ୟ ଚୋପ୍ରା । କିନ୍ତୁ ଏହି ଉତ୍ସବରେ ନିର୍ମିତ ଫିଲ୍ମଗୁଡ଼ିକ ବିଷୟରେ ସୂଚନା ଧୀରେ ଧୀରେ ସାମ୍ନାକୁ ଆସୁଛି । ଶୁଣିବାକୁ ମିଳିଛି ଯେ ୟଶରାଜ ଫିଲ୍ମସର ପ୍ରସ୍ତାବିତ ଫିଲ୍ମ ମଧ୍ୟରେ ଲୋକପ୍ରିୟ ଅଭିନେତା ବିକ୍କୀ କୌଶଲ ଓ ମାନୁଷୀ ଛିଲ୍ଲରଙ୍କ ଫିଲ୍ମ ସାମିଲ ଅଛି । ଏହି ଯୋଡି ୟଶରାଜ ବ୍ୟାନରର ଚର୍ଚ୍ଚିତ ଫିଲ୍ମ ‘ଧର୍ମପୁତ୍ର’ର ରିମେକରେ ନଜର ଆସିବେ ।

ଆଜ୍ଞା ହଁ, 1961ରେ ଆସିଥିବା ‘ଧର୍ମପୁତ୍ର’ ଫିଲ୍ମର କାହାଣୀ ଏହି ନୂଆ ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ । ‘ଧର୍ମପୁତ୍ର’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ୟଶରାଜ । ଆଉ ଏଥର ଫିଲ୍ମର ନିର୍ଦ୍ଦେଶନା କରିବେ ବିଜୟ କ୍ରିଷ୍ଣା ଆଚାର୍ଯ୍ୟ । ଫିଲ୍ମରେ ସବୁ କାହାଣୀ ନରଖିପାରନ୍ତି ବିଜୟ । ହେଲେ ଏଣ୍ଟରଟେନମେଣ୍ଟରର ଓଭର ଡୋଜ ତ ନିହାତି ଫିଲ୍ମରେ ଦେଖିବାକୁ ମିଳିବ ।

ସେହିପରି ଫିଲ୍ମ ‘ଧର୍ମପୁତ୍ର’ର ଲୋକପ୍ରିୟ ଗୀତ ‘ତୁ ହିନ୍ଦୁ ବନେଗା ନା ମୁସଲମାନ ବନେଗା, ଇନସାନ କି ଔଲାଦ ହେ ଇନସାନ ବନେଗା’ରୁ ନୂଆ ଫିଲ୍ମର କାହାଣୀ ପର୍ଯ୍ୟବେଶିତ କରିବେ ବିଜୟ । ଏହି ଗୀତକୁ ଧ୍ୟାନରେ ରଖି ସେ ଫିଲ୍ମର ସ୍କ୍ରିପ୍ଟ ମଧ୍ୟ ପ୍ରସ୍ତୁତ କରୁଛନ୍ତି ।

ପ୍ରକାଶ ଥାଉକି ଏହି ଫିଲ୍ମ ଜରିଆରେ ବିକ୍କୀ ପ୍ରଥମଥର ୟଶରାଜ ବ୍ୟାନରରେ କାମ କରିବାକୁ ଯାଉଛନ୍ତି । ସେହିପରି ମାନୁଷୀ ନିଜ ଡେବ୍ୟୁ ଫିଲ୍ମ ୟଶରାଜ ବ୍ୟାନରରେ କରୁଛନ୍ତି । ସେ ଖୁବଶୀଘ୍ର ଖିଲାଡି ଅକ୍ଷୟ କୁମାରଙ୍କ ପିରିୟଡ ଡ୍ରାମା ଫିଲ୍ମ ‘ପୃଥ୍ବୀରାଜ’ରେ ନଜର ଆସିବେ । ନିକଟରେ ତାଙ୍କର ଫାଷ୍ଟଲୁକ ପୋଷ୍ଟର ମଧ୍ୟ ରିଲିଜ ହୋଇଥିଲା । ଫିଲ୍ମରେ ସେ ଅକ୍ଷୟଙ୍କ ପତ୍ନୀ ସାଜିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.