ମୁମ୍ବାଇ: କୋରୋନା ପାଇଁ ଦେଶର ସବୁ ଜିମ ବନ୍ଦ ଅଛି। ଯାହା ପାଇଁ ସେଲିବ୍ରିଟି ନିଜ ନିଜ ଘରେ ୱାର୍କଆଉଟ, ଯୋଗ କରି ନିଜକୁ ଫିଟ୍ ରଖୁଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ହ୍ୟାଣ୍ଡସମ ଆକ୍ଟର ବିକ୍କୀ କୌଶଲ । ଦୀର୍ଘ ସମୟରୁ ଘରେ ବନ୍ଦ ଥିବା ବିକ୍କୀ ବର୍ତ୍ତମାନ ନିଜର ନୂଆ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ। ହେଲେ ସେ ପୋଷ୍ଟରେ ଅନୁତାପ କରୁଥିବା କଥା ଲେଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ତେବେ ଆସନ୍ତୁ ଜାଣିବା କଣ ପାଇଁ ଅନୁତାପ କରୁଛନ୍ତି ବିକ୍କୀ...
- View this post on Instagram
Sweat > Regret. . . Although regret wasting time in between sets for a 🤳🏽. Adios!
">
ବିକ୍କୀ ଇନଷ୍ଟାଗ୍ରାମରେ ନିଜର ଏକ ପୋଷ୍ଟ ୱାର୍କଆଉଟ ଫଟୋ ସେୟାର କରିଛନ୍ତି । ଆଉ ଯାହାର କ୍ୟାପସନରେ ଲେଖିଛନ୍ତି, ‘ଅନୁତାପଠୁ ଭଲ ଝାଳ ଗଡାଇବା । ମୁଁ ସମୟ ନଷ୍ଟ କରି ବର୍ତ୍ତମାନ ଅନୁତାପ କରୁଛି ୱାର୍କଆଉଟକୁ ନେଇ। କାରଣ ୱାର୍କଆଉଟ ସମୟରେ ମୁଁ ସେଲ୍ଫି ନେବାରେ ବ୍ୟସ୍ତ ଥିଲି।’
ସେପଟେ ତାଙ୍କ ଏପରି କ୍ୟାପସନ ପଢି ମଜାଦାର କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି ଫ୍ୟାନ୍ସ । ପ୍ରକାଶ ଥାଉକି ଖୁବଶୀଘ୍ର ଫେମସ ନିର୍ମାତା କରନ ଜୋହରଙ୍କ ଚର୍ଚ୍ଚିତ ମଲ୍ଲି ଷ୍ଟାରର ଫିଲ୍ମ ‘ତଖ୍ତ’ରେ ନଜର ଆସିବେ। ଏହାବ୍ୟତୀତ ସେ ସର୍ଦ୍ଦାର ‘ଉଦ୍ଧମ ସିଂ’ ଫିଲ୍ମରେ ମଧ୍ୟ ଅଭିନୟ କରୁଥିବାର ଦେଖାଯିବେ ।