ମୁମ୍ବାଇ: ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍ ହେବା ଏକ ସାଧାରଣ କଥା । ଗତ ବର୍ଷ ଡିସେମ୍ବରରେ ଅନେକ ସେଲିବ୍ରିଟିଙ୍କ ଆକାଉଣ୍ଟ ହ୍ୟାକ କରିଥିଲେ ହ୍ୟାକର୍ସ । ସେହିପରି ଷ୍ଟାର୍ସଙ୍କ ନାଁରେ ଫେକ୍ ଆକାଉଣ୍ଟ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଇତିମଧ୍ୟରେ ବରୁଣ ଧୱନ ନିଜ ବଡ ଭାଇ ରୋହିତ ଧୱନଙ୍କ ଫେକ୍ ଆକାଉଣ୍ଟ ବିଷୟରେ ଫ୍ୟାନ୍ସଙ୍କ ସୂଚାଇ ଦେଇଛନ୍ତି ।
ସେ ଏକ ପୋଷ୍ଟରେ ଲେଖିଛନ୍ତି, ‘ହାଲୋ ଫ୍ରେଣ୍ଡ ମୋ ଭାଇ ରୋହିତ ଧୱନ ସୋସିଆଲ ମିଡିଆରେ ନାହାଁନ୍ତି । ଏହା ତାଙ୍କ ଫେକ୍ ଆକାଉଣ୍ଟ । ଦୟା କରି ଏହାକୁ ଫଲୋ କରନ୍ତୁ ନାହିଁ ।’
ଯଦି ରୋହିତଙ୍କ ବିଷୟରେ କଥା ହେବା ତାହାଲେ ସେ ନିର୍ଦ୍ଦେଶନାରେ ନିଜ କ୍ୟାରିୟର ଗଢୁଛନ୍ତି । ସେ ଫିଲ୍ମ ‘ଡିସୁମ’ ଏବଂ ‘ଦେଶୀ ବଏଜ୍’ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ।