ETV Bharat / sitara

ସୋନୁଙ୍କ ନାଁରେ ଠକୁଥିଲା, ବାନ୍ଧିଲା ପୋଲିସ

author img

By

Published : Apr 7, 2021, 1:22 PM IST

କିଛି ଦିନରୁ ସୋସିଆଲ ମିଡିଆରେ ସୋନୁଙ୍କ ନାଁରେ ଲୋକଙ୍କଠୁ ଟଙ୍କା ଲୁଟୁଛନ୍ତି କିଛି ଦୁର୍ବୃତ୍ତ । ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ତେଲେଙ୍ଗାନା ପୋଲିସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ

ହାଇଦ୍ରାବାଦ: ଅଭିନେତା ସୋନୁ ସୁଦ ମଙ୍ଗଳବାର ଦିନ ଟ୍ବିଟ କରି ତେଲେଙ୍ଗାନା ପୋଲିସକୁ ଧନ୍ୟବାଦ ଜଣାଇଥିଲେ । କାରଣ ପୋଲିସ ତାଙ୍କ ନାମ ନେଇ ଠକୁଥିବା ଜଣେ ବ୍ୟକ୍ତିର ପର୍ଦ୍ଦାଫାସ କରିଛନ୍ତି । ଯିଏ ସୋସିଆଲ ମିଡିଆରେ ସୋନୁଙ୍କ ନାମ ବ୍ୟବହାର କରି ସାଧାରଣ ଲୋକଙ୍କଠୁ ଟଙ୍କା ଲୁଟୁଥିଲା । ସେ ସୋନୁଙ୍କ ପରାମର୍ଶଦାତା ବୋଲି ଦାବି କରି ଲୋକଙ୍କ ସହ ପ୍ରତାରଣା କରୁଥିଲା। ଏବେ ପୋଲିସ ହାତରେ ଧରାପଡିଛି ସେହି ଅଭିଯୁକ୍ତ ।

ଏହି କାର୍ଯ୍ୟରୁ ନିବୃତ୍ତ ଥିବା ଅନ୍ୟ ବ୍ୟକ୍ତିଙ୍କୁ ଅଭିନେତା ଜେଲର ଧମକ ମଧ୍ୟ ଦେଇଛନ୍ତି । ସେପଟେ ପୋଲିସର ଏହି କାର୍ଯ୍ୟ ଦେଖି ପ୍ରଶଂସାରେ ସୋନୁ ଲେଖିଛନ୍ତି, ‘ଧନ୍ୟବାଦ ସାଇବରବାଦ ପୋଲିସ । ତେଲେଙ୍ଗାନା ପୋଲିସ । ଅଭାବୀ ଲୋକଙ୍କୁ ଠକିବାକୁ ଚେଷ୍ଟା କରୁଥିବା ଅପରାଧୀଙ୍କୁ ଧରିବାରେ ସାହାଯ୍ୟ କରିବା ପାଇଁ ତେଲେଙ୍ଗାନା ଡିଜିପିଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ସମସ୍ତ ଠକେଇକୁ ସେମାନଙ୍କର କାର୍ଯ୍ୟକଳାପ ବନ୍ଦ କରିବାକୁ ଅନୁରୋଧ ଅନ୍ୟଥା ସେମାନେ ଶୀଘ୍ର ଜେଲରେ ନଜର ଆସିବେ । ଗରିବ ଲୋକଙ୍କୁ ଠକିବା ବନ୍ଦ କର ।’

ପ୍ରକାଶ ଥାଉକି ନିକଟରେ ଏକ ଖବର ପ୍ରକାଶିତ ପରେ ଅଭିନେତାଙ୍କ ଟ୍ବିଟ ସାମ୍ନାକୁ ଆସିଥିଲା । ଯେଉଁଥିରେ କୁହାଯାଇଥିଲା ଯେ ସୋନୁଙ୍କ ନାମ ନେଇ କିଛି ଲୋକ ଅଭାବୀ ଲୋକଙ୍କଠୁ ଟଙ୍କା ଲୁଟୁଛନ୍ତି କିଛି ଠକେଇ ଲୋକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.