ETV Bharat / sitara

ଏଥର ଲୋକଙ୍କୁ ଅକ୍ସିଜେନ ଯୋଗାଇବେ ସୋନୁ, ଆପଣାଇଲେ ନୂଆ ଟ୍ରିକ୍ - କୋରୋନାର ଦ୍ବିତୀୟ ଲହରର ପ୍ରକୋପ

ସୋନୁଙ୍କ ନୂଆ ପ୍ରୟାସ । ଏଥର ଟେଲିଗ୍ରାମ ଜରିଆରେ ସମସ୍ତଙ୍କୁ ଯୋଗାଇବେ ହସ୍ପିଟାଲ ବେଡ, ଔଷଧ ଓ ଅକ୍ସିଜେନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@ସୋନୁ ସୁଦ
ଫଟୋ ସୌଜନ୍ୟ: ଟ୍ବିଟର@ସୋନୁ ସୁଦ
author img

By

Published : Apr 26, 2021, 10:12 AM IST

ମୁମ୍ବାଇ: ଲୋକପ୍ରିୟ ଅଭିନେତା ସୋନୁ ସୁଦ ସାବ୍ୟସ୍ତ କରିସାରିଛନ୍ତି ଯେ ଜଣେ ଭଲ ଅଭିନେତା ହେବା ବ୍ୟତୀତ ଶାନଦାର ମଣିଷ ମଧ୍ୟ । ଗତ ବର୍ଷରୁ ସେ କ୍ରମାଗତ ଭାବେ ଦେଶବାସୀଙ୍କ ସେବା କରିଆସୁଛନ୍ତି । ଯାହା ପାଇଁ ତାଙ୍କୁ ଭଗବାନଙ୍କ ଆଖ୍ୟା ଦିଆଯାଇଛି । ଏବର୍ଷ ମଧ୍ୟ ସେ ସହଯୋଗର ହାତ ବଢାଇଛନ୍ତି । ବର୍ତ୍ତମାନ ଦେଶରେ କୋରୋନାର ଦ୍ବିତୀୟ ଲହରର ପ୍ରକୋପ ବଢିଚାଲିଛି । ଏମିତି ପରିସ୍ଥିତିରେ ପୁଣି ସାହାଯ୍ୟ କରିବାକୁ ଆଗାକୁ ଆସିଛନ୍ତି ସୋନୁ ।

  • अब पूरा देश साथ आएगा।

    जुड़िए मेरे साथ Telegram चैनल पे

    “India Fights With Covid “ पर

    हाथ से हाथ मिलाएँगे .. देश को बचाएँगेhttps://t.co/Qa5nxskuqk pic.twitter.com/UPzNuufYjA

    — sonu sood (@SonuSood) April 24, 2021 " class="align-text-top noRightClick twitterSection" data=" ">

କଥାଟି ହେଲା ଯେ ଅନେକ ରାଜ୍ୟରେ ବର୍ତ୍ତମାନ ଅକ୍ସିଜେନର ଅଭାବ ଦେଖାଦେଇଛି । ଯାହାଦ୍ବାରା କୋରୋନା ରୋଗୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ସୋନୁ ଏକ ପଦକ୍ଷେପ ନେଇଛନ୍ତି ।

ସେ ଏକ ଟେଲିଗ୍ରାମ ଆପ୍ ଜରିଆରେ ଏକ ନୂଆ ପ୍ଲାଟଫର୍ମ ଲଞ୍ଚ କରିଛନ୍ତି । ଯାହାର ସୂଚନା ସେ ଟ୍ବିଟରରେ ଦେିଛନ୍ତି । ସେହିପରି ଟ୍ବିଟରେ ଲେଖିଛନ୍ତି, ‘ଏବେ ପୁରା ଦେଶ ଏକାଠି ହେବ । ସମ୍ପୃକ୍ତ ହୁଅନ୍ତୁ ମୋ ସହ ଟେଲିଗ୍ରାମ ଚ୍ୟାନେଲ ଇଣ୍ଡିଆ ଫାଇଟ୍ସ ୱିଥ କୋଭିଡରେ ହାତରେ ହାତ ମିଶାଇ । ଦେଶକୁ ବଞ୍ଚାଇବା ।’

ପ୍ରକାଶ ଥାଉକି ଏହି ଆପ୍ ଜରିଆରେ ସୋନୁ ଆବଶ୍ୟକ ଲୋକଙ୍କୁ ହସ୍ପିଟାଲରେ ବେଡ, ଔଷଧ ଓ ଅକ୍ସିଜେନ ଉପଲବ୍ଧ କରାଇବେ । ତାଙ୍କର ଏହି ପଦକ୍ଷେପରେ ପୁଣି ପ୍ରଶଂସା କରି ବାଃ ବାଃ କହୁଛନ୍ତି ସମସ୍ତେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.