ETV Bharat / sitara

ଏବେ ‘ଆଦିପୁରୁଷ’ର ସୁଟିଂ କରିବେନି ସୈଫ

ସୈଫଙ୍କୁ ନେଇ ନୂଆ ଚର୍ଚ୍ଚା । ‘ଆଦିପୁରୁଷ’ର ସୁଟିଂ କରିବେନି ଏବେ । କାରଣ କରୀନାଙ୍କ ସହ ସମୟ ବିତାଇବାକୁ ଚାହୁଁଛନ୍ତି ଅଭିନେତା । ଅଧିକ ପଢନ୍ତୁ...

author img

By

Published : Jan 9, 2021, 12:21 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୈଫ ଅଲ୍ଲୀ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୈଫ ଅଲ୍ଲୀ ଖାନ

ମୁମ୍ବାଇ: ଚତୁର୍ଥ ଥର ବାପା ହେବାକୁ ନେଇ ଖୁସି ଅଛନ୍ତି ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲି ଖାନ । ସେପଟେ ତାଙ୍କ ପତ୍ନୀ, ଅଭିନେତ୍ରୀ କରୀନା କପୁର ଖାନ ବର୍ତ୍ତମାନ ଗର୍ଭବତୀ ସମୟକୁ ଉପଭୋଗ କରୁଥିବାର ନଜର ଆସୁଛନ୍ତି । ଏହାବ୍ୟତୀତ ଏବର୍ଷ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ପରଦାକୁ ଫେରିବେ ସୈଫ । ଏହି କ୍ରମରେ ସାମିଲ ଅଛି ତାଙ୍କ ସିରିଜ ‘ତାଣ୍ଡବ’, ‘ଆଦିପୁରୁଷ’, ‘ଭୂତ ପୋଲିସ’ । ହେଲେ ଏବେ ସେ ‘ଅଦିପୁରୁଷ’ର ସୁଟିଂ କରିବେନି । କାରଣ ସେ ବର୍ତ୍ତମାନ ପାର୍ଟନିଟି ଲିଭ୍‌ରେ ଅଛନ୍ତି । ଏଥିପାଇଁ ଏବେ ନିଜର ଅଧିକାଂଶ ସମୟ ପତ୍ନୀ କରୀନାଙ୍କ ସହ ବିତାଇବାକୁ ସେ ସ୍ଥିର କରିଛନ୍ତି।

ସବୁ କିଛି ସଟ୍‌ଆଉଟ କରିବା ପରେ ମାର୍ଚ୍ଚରେ ‘ଆଦିପୁରୁଷ’ ସୁଟିଂରେ ଯୋଗ ଦେବେ । ଫିଲ୍ମରେ ତାଙ୍କ ରାବଣ ଅବତାର ଦେଖିବାକୁ ମିଳିବ । ଓମ ରାଉତଙ୍କ ଏହି ଫିଲ୍ମରେ ରାମ ଭୂମିକାରେ ନଜର ଆସିବେ ସାଉଥ ସୁପରଷ୍ଟାର ପ୍ରଭାସ । ଆଉ ଫିଲ୍ମରେ ତାଙ୍କ ସୀତା ସାଜିବେ କିର୍ତ୍ତୀ ସାନନ ।

ଯଦି କରୀନାଙ୍କ କଥା ହେବା ତାହାଲେ ସେ ନିକଟରେ ଆମୀର ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଲାଲ ସିଂ ଚଡ୍ଡା’ର ସୁଟିଂ ଶେଷ କରିଥିଲେ । ଏହି ଫିଲ୍ମ ହଲିଉଡର ପପୁଲାର ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.