ETV Bharat / sitara

ସମାଲୋଚନାର ପ୍ରତିକ୍ରିୟା ଦେଲେ ସୈଫ - ଲୋକଙ୍କ ସମାଲୋଚନାର ପ୍ରତିକ୍ରିୟା ଦେଲେ ସୈଫ

କିଛି ଦିନ ପୂର୍ବେ ସୈଫ ପରିବାରବାଦ, ଫେଭରେଟିଜିମ ଉପରେ ବୟାନ ଦେଇଥିଲେ । ଯାହା ପରେ ତାଙ୍କ ବୟାନର ମଜାକ ଉଡାଇଥିଲେ କିଛି ଲୋକ । ଏବେ ଏହି ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି ସେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Aug 27, 2020, 5:25 PM IST

ମୁମ୍ବାଇ: ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କୁ ନେଇ ନିକଟରେ ଫ୍ୟାନ୍ସଙ୍କୁ ଖୁସି ଖବର ମିଳିଥିଲା । କାରଣ ସେ ପୁଣିଥରେ ପିତା ହେବାକୁ ଯାଉଛନ୍ତି । ଏହାବ୍ୟତୀତ ସେ କିଛି ଦିନ ହେବ ପରିବାରବାଦକୁ ନେଇ ଦେଇଥିବା ବୟାନ ପାଇଁ ସାମଲୋଚନାର ଶିକାର ହୋଇଥିଲେ । କାରଣ ସେ କହିଥିଲେ ଯେ ସେ ଷ୍ଟାର କିଡ ହେଉ ମଧ୍ୟ ପରିବାରବାଦ ସମସ୍ୟା ଦେଇ ଗତି କରିସାରିଛନ୍ତି । ଏହି କଥାକୁ ନେଇ ତାଙ୍କ ଉପରେ ସୋସିଆଲ ମିଡିଆରେ ମଜାକ କରୁଛନ୍ତି ଅନେକ ୟୁଜର୍ସ ।

ଏବେ ସୈଫ ଏକ ନୂଆ ସାକ୍ଷାତକାରରେ କହିଛନ୍ତି, ‘ବର୍ତ୍ତମାନ ଲୋକଙ୍କୁ ଲାଗୁଥିବ ଯେ ମୁଁ ସତରେ କଣ ଏପରି ସମସ୍ୟା ଦେଇ ବଲିଉଡରେ ନିଜ କ୍ୟାରିୟର ନିର୍ମାଣ କରିଥିଲି । ଦେଖିବାକୁ ଗଲେ ଏହା ବାସ୍ତବରେ ମୋ ସହ ଏମିତି ଘଟିଛି । ମତେ କିଛି ଫିଲ୍ମରୁ ବାହାର କରିଦିଆ ଯାଇଥିଲା । ସେହିପରି ମୁଁ କିଛି ଫିଲ୍ମରେ ସହ-ଅଭିନେତା ରୂପେ ମଧ୍ୟ ଅଭିନୟ କରିଥିଲି । ଏହି କ୍ରମରେ ସାମିଲ ଅଛି ଫିଲ୍ମ ‘ସୁରକ୍ଷା’ ଓ ‘ଏକ ଥା ରାଜା’ । ଏହି ଫିଲ୍ମ ବିଷୟରେ ଲୋକଙ୍କୁ ଜଣା ମଧ୍ୟ ନଥିବ । କିନ୍ତୁ ମୁଁ କେବେ ଭାବି ନଥିଲି ଯେ ମୁଁ ଏଠାରେ କଣ କରୁଛି । ମୁଁ ଜାଣିଥିଲି ମୁଁ ଯାହା ମଧ୍ୟ କରୁଥିଲି । ମୁଁ ମୋ ଚାକିରୀରେ କେବଳ ଟଙ୍କା ପାଇବା ପାଇଁ କାମ କରୁଥିଲି । ଯେଉଁଥିରେ ମୁଁ ଖୁସି ଥିଲି । ଆଉ ମୁଁ ଜାଣିଥିଲି ମୋ ଚାକିରୀ କେହି ମୋଠୁ ନେବେ ନାହିଁ । ଯେକୌଣସି କାମ ମଧ୍ୟ ହେଉ କାମ ସବୁବେଳେ କାମ ହୋଇଥାଏ ।’

ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.