ETV Bharat / sitara

ରୋହିତଙ୍କ କମେଡି ଡ୍ରାମା ‘ସର୍କସ’ରେ ରଣବୀରଙ୍କ ଏଣ୍ଟ୍ରି

author img

By

Published : Oct 19, 2020, 4:17 PM IST

ପୁଣିଥରେ ଦମଦାର ଅନ୍ଦାଜ ନେଇ ଫେରିବେ ରୋହିତ ଓ ରଣବୀର । ତୃତୀୟଥର ଏକାଠି କାମ କରିବାକୁ ଯାଉଛନ୍ତି ଏହି ଯୋଡି । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବଲିଉଡର ଏର୍ନଜେଟିକ ଆକ୍ଟର ରଣବୀର ସିଂଙ୍କ ବହୁପ୍ରତିକ୍ଷିତ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’କୁ ନେଇ ଉତ୍ସାହିତ ଦର୍ଶକ । ଫିଲ୍ମରେ କ୍ରିକେଟ କିମ୍ବଦନ୍ତୀ କପିଲ ଦେବଙ୍କ ଭୂମିକାରେ ଦେଖାଯିବେ ସେ । ସେହିପରି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ। ଇତିମଧ୍ୟରେ ରଣବୀର ଓ ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ନେଇ ନୂଆ ଚର୍ଚ୍ଚା । ଯାହା ଫ୍ୟାନ୍ସଙ୍କୁ ଖୁସି କରିଦେବ । କାରଣ ପୁଣିଥରେ ପରଦାରେ ଜମିବ ଏହି ଦୁଇଜଣଙ୍କ ମସ୍ତିଭରା ଯୋଡି । ଆଜ୍ଞା ହଁ, ରୋହିତଙ୍କ ଆଗାମୀ କମେଡି ଡ୍ରାମା ଫିଲ୍ମ ‘ସର୍କସ’ରେ ଅଭିନୟ କରିବେ ରଣବୀର । ଯାହାପାଇଁ ବର୍ତ୍ତମାନ ସେ ରାଜି ହୋଇଛନ୍ତି ।

ଫିଲ୍ମଟି ୱିଲୟମ୍ ସେକ୍ସପିୟରଙ୍କ କ୍ଲାସିକ୍ ନାଟକ ‘ଦି କମେଡି ଅଫ୍ ଏରର୍ସ’ ଉପରେ ଆଧାରିତ । ଯାହାର କାହାଣୀ ଦୁଇଟି ଯାଆଁଳା ପିଲାଙ୍କର ଯେଉଁମାନେ ଜନ୍ମ ସମୟରେ ଅଲଗା ହୋଇଯାଇଥିବେ।

ରଣବୀର ଓ ରୋହିତଙ୍କ ଏହା ତୃତୀୟ ଫିଲ୍ମ । ଏହା ପୂର୍ବରୁ 2018ରେ ଆସିଥିବା ‘ସିମ୍ବା’ ଓ ଖୁବଶୀଘ୍ର ରିଲିଜ ହେବାକୁ ଯାଉଥିବା ଆକ୍ସନ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ କାମ କରିସାରିଛନ୍ତି ଏହି ଯୋଡି । ରଣବୀରଙ୍କ ସହ ‘ସୂର୍ଯ୍ୟବଂଶୀ’ରେ ମୁଖ୍ୟ ଭୂମିକାରେ ଦେଖାଯିବେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ ।

ପ୍ରକାଶ ଥାଉକି ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଓ ଟି-ସିରିଜର ମାଲିକ ଭୂଷଣ କୁମାରଙ୍କ ଦ୍ବାରା ନିର୍ମାଣ ହେବ ‘ସର୍କସ’ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.