ETV Bharat / sitara

ଏଥର ଛୋଟ ପରଦାରେ ଧମାଲ କରିବେ ରଣବୀର ସିଂ

author img

By

Published : May 27, 2021, 11:40 AM IST

ଖୁବଶୀଘ୍ର ଲୋକଙ୍କୁ କୋଟିପତି କରିବାକୁ ଯାଉଛନ୍ତି ରଣବୀର । ନୂଆ ଶୋ ଜରିଆରେ ପ୍ରଥମଥର ଛୋଟପରଦାରେ କରିବେ ଏଣ୍ଟ୍ରି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ

ମୁମ୍ବାଇ: ବଲିଉଡର ଏନର୍ଜେଟିକ ଆକ୍ଟର ରଣବୀର ସିଂଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ । ନିଜକୁ ବଡ ପରଦାରେ ସାବ୍ୟସ୍ତ କରିଥିବା ରଣବୀର ଏଥର ଛୋଟ ପରଦାରେ କରିବେ ଧମାଲ । କାରଣ ଟିଭି ଇଣ୍ଡଷ୍ଟ୍ରିରେ ସେ କରିବାକୁ ଯାଉଛନ୍ତି ଡେବ୍ୟୁ । ଯାହାକୁ ନେଇ ଚର୍ଚ୍ଚା ।

କିଛି ମିଡିଆ ରିପୋର୍ଟ ଅନୁଯାୟୀ ରଣବୀର ଖୁବଶୀଘ୍ର କଲର୍ସ ଚ୍ୟାନେଲର ଏକ ନୂଆ ରିୟାଲିଟି ଶୋ ହୋଷ୍ଟ କରୁଥିବାର ଆସିବେ ନଜର । ଯାହା ଏକ ଗେମ ଶୋ । ଯେଉଁଥିରେ ଫଟୋ ଜରିଆରେ ପ୍ରତିଯୋଗୀଙ୍କୁ ପଚାରାଯିବ ପ୍ରଶ୍ନ । ସେହିପରି ଶୋରେ ପାଖାପାଖି 12 ରାଉଣ୍ଡ ରହିବ । ଆଉ ଯିଏ ଏହି 12 ରାଉଣ୍ଡରେ ସଠିକ୍ ଉତ୍ତର ଦେଇ ବିଜୟ ହେବେ ତେବେ ପୁରସ୍କାର ରାଶି ଭାବରେ 5 କୋଟି ତାଙ୍କୁ ପ୍ରଦାନ କରାଯିବ ।

ଏହି ନୂଆ ଶୋର ଟାଇଟେଲ ‘New Big Reality Series’ ରଖିଛନ୍ତି ମେକର୍ସ । କୁହାଯାଉଛି ଯେ ଜୁଲାଇ 25ରେ ଟେଲିକାଷ୍ଟ ହେବ ଏହି ଶୋ । ହେଲେ ଶୋକୁ ନେଇ ଏଯାବତ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ଅଭିନେତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.