ETV Bharat / sitara

ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଅଧ୍ୟକ୍ଷ ହେଲେ ପରେଶ ରାଓ୍ବଲ - ଅଭିନେତା ପରେଶ ରାୱଲଙ୍କ ନ୍ୟୁଜ

ଲୋକପ୍ରିୟ ଅଭିନେତା ପରେଶଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡ ନ୍ୟୁଜ୍ । ପରେଶଙ୍କୁ ଏନଏସଡିର ଚେୟାରମ୍ୟାନ ଭାବେ ଚୟନ କରାଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Sep 10, 2020, 5:58 PM IST

ମୁମ୍ବାଇ: ବଲିଉଡର ଫେମସ ଆକ୍ଟର ପରେଶ ରାୱଲ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ମୁଖ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭେଟେରାନ ଅଭିନେତାଙ୍କୁ ନୂତନ ପଦବୀରେ ନିଯୁକ୍ତ କରିଛନ୍ତି ଏବଂ ଏନଏସଡି ଟ୍ବିଟରରେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ।

ସେହିପରି ଟ୍ବିଟରେ ଲେଖାଯାଇଛି, ‘ଆମେ ସୂଚନା ଦେଇ ଆନନ୍ଦିତ ଯେ, ଭାରତର ରାଷ୍ଟ୍ରପତି ପ୍ରଖ୍ୟାତ ଅଭିନେତା ତଥା ପଦ୍ମଶ୍ରୀ ପରେଶ ରାୱଲଙ୍କୁ ନ୍ୟାସନାଲ ସ୍କୁଲ ଅଫ୍ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରିଛନ୍ତି। ନୂଆ ପଦବୀ ହାସଲ ପରେ ଏନଏସଡି ତାଙ୍କ (ପରେଶ)ଙ୍କ ମାର୍ଗଦର୍ଶନ ପାଇଁ ଅପେକ୍ଷାରତ ।’

ପ୍ରକାଶ ଥାଉକି ଏହି ଘୋଷଣା ପରେ ସଂସ୍କୃତି ମନ୍ତ୍ରଣାଳୟ ମଧ୍ୟ ଅଭିନେତା ଟ୍ବଟରରେ ଅଭିନନ୍ଦନ ଜଣାଇଛି । ତିନି ଦଶନ୍ଧି ଧରି ପରେଶ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଅଂଶ ହୋଇଆସୁଛନ୍ତି । 1994 ରେ, ସେ ଶ୍ରେଷ୍ଠ ସହାୟକ ଅଭିନେତା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ | 2014ରେ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମଶ୍ରୀରେ ପରେଶ ରାୱଲଙ୍କୁ ସମ୍ମାନିତ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.