ETV Bharat / sitara

ଦେଶବାସୀଙ୍କ ପାଇଁ ପ୍ରାର୍ଥନା କଲେ କାର୍ତ୍ତିକ

author img

By

Published : May 8, 2021, 8:05 AM IST

ଭାଇରାଲ ହେଲା କାର୍ତ୍ତିକ ଆର୍ୟନଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ । ଏହି ଘଡିସନ୍ଧି ମୁହୁର୍ତ୍ତ ତାଙ୍କୁ ମାନବିକତା ଉପରେ ବିଶ୍ବାସ ଯୋଗାଇଛି ବୋଲି କହିଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ

ମୁମ୍ବାଇ: କୋରୋନାର ଦ୍ବିତୀୟ ଲହର ଦେଶବାସୀଙ୍କୁ ହନ୍ତସନ୍ତ କରୁଛି । ପ୍ରତିଦିନ ଲକ୍ଷାଧିକ ଲୋକ ଏହି ସଂକ୍ରମଣରେ ସଂକ୍ରମିତ ହେବାରେ ଲାଗିଛନ୍ତି । ସେପଟେ ଅନେକ ଲୋକଙ୍କ ଜୀବନ ମଧ୍ୟ ନେଇସାରିଲାଣି ଏହି ମହାମାରୀ । ବର୍ତ୍ତମାନ ଦେଶରେ ଟୀକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ତଥାପି ନିଜକୁ କେହି ମଧ୍ୟ ସୁରକ୍ଷିତ ରଖିପାରୁନାହାଁନ୍ତି । ଇତିମଧ୍ୟରେ କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନଙ୍କୁ ଘାରିଛି ଦେଶବାସୀଙ୍କ ଚିନ୍ତା । ଏଥିପାଇଁ ହାତ ଯୋଡି ସମସ୍ତଙ୍କ ପାଇଁ କରୁଛନ୍ତି ପ୍ରାର୍ଥନା ।

କାର୍ତ୍ତିକ ଶୁକ୍ରବାର ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ପଞ୍ଜାବର ଅମୃତସରରେ ଥିବା ସ୍ବର୍ଣ୍ଣ ମନ୍ଦିର ପ୍ରାର୍ଥନା କରୁଥିବାର ନଜର ଆସୁଛନ୍ତି ।

ସେହିପରି ସେ କ୍ୟାପସନରେ ଲେଖିଛନ୍ତି, ‘ଏହି କଠିନ ସମୟ ମାନବିକତା ଉପରେ ମୋର ବିଶ୍ବାସ ବଢାଇ ଦେଇଛି । ସମସ୍ତେ ନିଜ କାମକୁ ନିଜ ପଦ୍ଧତିରେ କରୁଛନ୍ତି ବୋଲି ଦେଖିବା ପ୍ରକୃତରେ ହୃଦୟସ୍ପର୍ଶୀ । ସୋସିଆଲ ମିଡିଆ ବ୍ୟବହାର କରିବା ଅନ୍ୟ ପ୍ରତି ଅଧିକ ଦୟା ଏବଂ ସହାନୁଭୂତି ଦେଖାଉଛି । ସମସ୍ତେ ଏହି ପରିସ୍ଥିତିରେ ସମସ୍ତ ସମ୍ଭାବ୍ୟ ସାହାଯ୍ୟ କରୁଛନ୍ତି । ସମସ୍ତଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଏବଂ ଆସନ୍ତାକାଲି ଭଲ ପାଇଁ ଆଶା କରନ୍ତୁ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.