ETV Bharat / sitara

ଘୁଞ୍ଚିଲା ‘ସତ୍ୟମେବ ଜୟତେ 2’ ରିଲିଜ, ନିରାଶ ଦର୍ଶକ

author img

By

Published : Apr 27, 2021, 12:48 PM IST

‘ରାଧେ’ ଇଦରେ ରିଲିଜ ହେବାକୁ ଯାଉଥିବାବେଳେ ଘୁଞ୍ଚିଲା ‘ସତ୍ୟମେବ ଜୟତେ 2’ର ରିଲିଜ ତାରିଖ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ

ମୁମ୍ବାଇ: ସବୁ ବର୍ଷ ଇଦରେ ବଲିଉଡ ଦର୍ଶକଙ୍କ ପାଇଁ ଶାନଦାର ଫିଲ୍ମ ରିଲିଜ କରିଥାଏ । ଏବର୍ଷ ମଧ୍ୟ ଏମିତି ଦୁଇଟି ବିଗ ବଜେଟ ଫିଲ୍ମ ଦେଖିବାକୁ ନେଇ ଉତ୍ସାହିତ ଥିଲେ ଦର୍ଶକ । ଗୋଟିଏ ପଟେ ସଲମାନ ଖାନଙ୍କ ‘ରାଧେ’ ଥିବାବେଳେ ଅନ୍ୟପଟେ ଜନ ଅବ୍ରାହମଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ସତ୍ୟମେବ ଜୟତେ 2’ । ହେଲେ ଇତିମଧ୍ୟରେ ଜନଙ୍କ ଫିଲ୍ମ ରିଲିଜକୁ ନେଇ ସାମ୍ନାକୁ ଆସିଛି ନୈରାଶ୍ୟଜନକ ଖବର । କାରଣ ଦେଶରେ ବଢୁଥିବା କୋରୋନା ସଙ୍କଟ ଦେଖି ଫିଲ୍ମର ରିଲିଜ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ମେକର୍ସ । ଯାହା ଇଦରେ ରିଲିଜ ହୋଇଥାଆନ୍ତା ।

ସେହିପରି ମେକର୍ସଙ୍କ ତରଫରୁ ଜାରି ହୋଇଥିବା ଏକ ପ୍ରତିକ୍ରିୟାରେ କୁହାଯାଇଛି, ‘ଏହି ଅପ୍ରତ୍ୟାଶିତ ସମୟରେ ଆମ ଦେଶବାସୀ ଏବଂ ପିତୃପୁରୁଷଙ୍କ ସୁରକ୍ଷା ଏବଂ ସ୍ବାସ୍ଥ୍ୟ ବ୍ୟତୀତ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ନୁହେଁ । ଆମର ଫିଲ୍ମ ପରବର୍ତ୍ତୀ ସମୟରେ ରିଲିଜ ହେବ ।’

ପ୍ରକାଶ ଥାଉକି ପ୍ରଥମଥର ଏହି ଫିଲ୍ମର ରିଲିଜ ତାରିଖ ପରିବର୍ତ୍ତନ କରିନାହାଁନ୍ତି ମେକର୍ସ । ଏହାପୂର୍ବରୁ ମଧ୍ୟ ଗତ ବର୍ଷ ଗାନ୍ଧୀ ଜୟନ୍ତୀରେ ‘ସତ୍ୟମେବ ଜୟତେ 2’ ରିଲିଜ ହୋଇଥାଆନ୍ତା । ହେଲେ କୋରୋନା ପାଇଁ ସ୍ଥଗିତ ରହିଥିଲା ରିଲିଜ ତାରିଖ । ଏବର୍ଷ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.