ETV Bharat / sitara

କୋରୋନା ସଙ୍କଟରେ ଲୋକଙ୍କ ପାଇଁ ହସ୍ପିଟାଲ ଖୋଲିବେ ଗୁରମିତ

ଗୁରମିତଙ୍କ ବଡ ଘୋଷଣା । 1 ହଜାର ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଖୋଲିବାକୁ କଲେ ଯୋଜନା । ଅଧିକ ପଢନ୍ତୁ...

author img

By

Published : Apr 26, 2021, 7:47 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଗୁରମିତ ଚୌଧୁରୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଗୁରମିତ ଚୌଧୁରୀ

ମୁମ୍ବାଇ: କୋରୋନାର ଏହି ଜଟିଳ ସମୟରେ ଦେଶବାସୀଙ୍କ ସହାୟତା ପାଇଁ ଧିରେ ଧିରେ କରି ଅନେକ ସେଲିବ୍ରିଟି ସାମ୍ନାକୁ ଆସିଲେଣି । ନିକଟରେ ନିଜ ପତ୍ନୀଙ୍କ ସହ ମିଶି ପ୍ଲାଜମା ଦାନ କରିଥିବା ଅଭିନେତା ଗୁରମିତ ଚୌଧୁରୀ ଏବେ ପୁଣି ଲୋକଙ୍କ ସାହାଯ୍ୟ କରିବା ପାଇଁ ଶାନଦାର ପଦକ୍ଷେପ ନେଇଛନ୍ତି । ଯାହାକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ଖୁସି ନକହିଲେ ସରେ ।

ଆଜ୍ଞା ହଁ, ସେ କୋଭିଡରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ 1 ହଜାର ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଖୋଲିବାକୁ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏହାର ସୂଚନା ଦେଇ ସେ ଜଣାଇଛନ୍ତି ଯେ ସାଧାରଣ ଜନତାଙ୍କ ପାଇଁ ଏହି ଡାକ୍ତରଖାନା ଖୋଲିବାକୁ ଯାଉଛନ୍ତି ଏବଂ ପ୍ରଥମେ ପାଟନା ଏବଂ ଲକ୍ଷ୍ନୌରେ ଏହି ଡାକ୍ତରଖାନା ଖୋଲାଯିବ ।

ଏହି ଖବର ଉପରେ ଗୁରୁମିତଙ୍କ ପ୍ରଶଂସକ ମଧ୍ୟ ଖୁସି ବ୍ୟକ୍ତ କରୁଛନ୍ତି। ଏହା ଏକ ଅଲ୍ଟ୍ରା ଆଧୁନିକ ହସ୍ପିଟାଲ ହେବ ଯାହା ଏହି ଦୁଇଟି ସହର ବ୍ୟତୀତ ଅନ୍ୟ ସହରରେ ଖୋଲାଯିବ । ଖୁବଶୀଘ୍ର ଗୁରୁମିତ ଏହି ହସ୍ପିଟାଲ ସମ୍ବନ୍ଧୀୟ ସମସ୍ତ ତଥ୍ୟ ସୋସିଆଲ ମିଡିଆରେ ସେୟାର କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.